Only for Entertainment

‘ଭୂତ ପାର୍ଟ ୱାନ ଦ ହଂଟେଡ ସିପ’ର ନୂଆ ପୋଷ୍ଟର ଜାରି,ଭୂମି ପେଡନେକର ଆସିବେ ନଜର !

29

ବିକ୍କି କୌଶଲ ଖୁବ ଶୀଘ୍ର ହରର ଫିଲ୍ମ ‘ଭୂତ ପାର୍ଟ ୱାନ ଦ ହଂଟେଡ ସିପ’ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ବିକ୍କି ଙ୍କ ସହ ଭୂମି ପେଡନେକର ମଧ୍ୟ ନଜର ଆସିବେ । ଫିଲ୍ମ ସୁଟିଂ ପୂରା ହୋଇସାରିଲାଣି, ତେବେ ଏହି ଫିଲ୍ମ ୧୫ନଭେମ୍ବରରେ ରିଲିଜ ହେବାକୁ ଯାଉଛି । ‘ଭୂତ ପାର୍ଟ ୱାନ ଦ ହଂଟେଡ ସିପ’ର ନୂଆ ପୋଷ୍ଟର ଜାରି ହୋଇଛି ।
ରିଲିଜ ହୋଇଥିବା ନୂଆ ପୋଷ୍ଟରରେ ବିକ୍କି କୌଶଲ ନିଜ ଜୀବନକୁ ରକ୍ଷା କରିବା ପାଇଁ ପାଣିରୁ ବାହାରିବାକୁ ପ୍ରୟାସ କରୁଛନ୍ତି । ବିକ୍କିଙ୍କ ପଛରେ ଗୋଟିଏ ଭୂତ ନଜର ଆସିଛି, ଯିଏ ତାଙ୍କୁ ଧରି ରଖିଛି ।

ପୋଷ୍ଟର ଶେୟାର କରି ବିକ୍କି କହିଛନ୍ତି ଯେ ଭୟରୁ ଦୂରକୁ ଯାଇ ପାରିବ ନାହିଁ, ଆତଙ୍କରୁ ଦୂରକୁ ଯାଇପାରିବ ନାହିଁ । ମୋତେ ଏଥିରୁ ପଳାଇବା ପାଇଁ ସାହାଯ୍ୟ କରନ୍ତୁ ।


ଆପଣଙ୍କୁ ଏଠାରେ କହି ରଖୁଛୁ ଯେ କିଛିଦିନ ପୂର୍ବେ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି । ଭୂତର ସୁଟିଂ ହେବାରୁ ବିକ୍କି କୌଶଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ବିକ୍କି ସେଟର ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ Bhoot Part 1: The Haunted Shipର ଶେଷ ସଟ ସରିଯାଇଛି । ସେ ନିଜ ଖାସ ଫିଲ୍ମର ସୁଟ ଶେଷ କରିସାରିଛନ୍ତି ବୋଲି ଜଣାଇଛନ୍ତି । ସେ ଏହି ଫିଲ୍ମ ସୁଟିଂ ଯାତ୍ରାରେ ନିଜେ ଅନେକ ଭୟକୁ ମୁକାବିଲା କରିଛନ୍ତି ବୋଲି ବିକ୍କି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More