Only for Entertainment

ପରମବୀର ଚକ୍ର ବିଜେତା ଅରୁଣ ଖେତ୍ରପାଳଙ୍କ ଉପରେ ବାୟୋପିକ ବନାଇବେ ଶ୍ରୀରାମ ରଘୁବରଣ ।

NAVBHARATTIMES
0 68

ବଲିଉଡରେ ଏବେ ବାୟୋପିକ ଉପରେ ଫିଲ୍ମ ପ୍ରସ୍ତୁତ କରିବା ପ୍ରଥା ପ୍ରଚଳିତ ହେବାରେ ଲାଗିଛି । ଏବେ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଏବଂ ପ୍ରଡ୍ୟୁସର ଦିନେଶ ବିଜାନ ପରମବୀର ଚକ୍ର ବିଜେତା ଅରୁଣ ଖେତ୍ରପାଳଙ୍କ ଜୀବନୀ ଉପରେ ଫିଲ୍ମରେ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସେନା ସେକେଣ୍ଡ ଲେଫ୍ଟିନେଂଟ ଅରୁଣ ଖେତ୍ରପାଳ ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଲଢେଇରେ ଶହିଦ ହୋଇଥିଲେ ।

ଶହିଦ ହେବା ପରେ ଭାରତ ସରକାର ତାଙ୍କ ସାହାସ ପାଇଁ ସବୁଠାରୁ ବଡ ମିଲିଟାରୀ ଆୱାର୍ଡ ପରମବୀର ଚକ୍ରରେ ସମ୍ମାନୀତ କରାଯାଇଛି । ଏହି ପ୍ରୋଜେକ୍ଟ ବିଷୟରେ ମେଡଡାକ କମ୍ପାନୀ ନିଜ ଅଫିସିଆଲ ଟ୍ୱିଟ କରି କହିଛନ୍ତି ଯେ ଦିନେଶ ବିଜାନ ଏବଂ ଶ୍ରୀରାମ ରାଘବନ ବଦଲାପୁର ପରେ ପରମବୀର ଚକ୍ର ଲେଫ୍ଟିନେଂଟ ଅରୁଣ ଖେତ୍ରପାଳଙ୍କ ଏକ ଭିନ୍ନ କାହାଣୀ ନେଇ ପୁଣିଥରେ ଏକାସାଙ୍ଗେ ନଜର ଆସିବେ । ଏହି ଫିଲ୍ମର କାଷ୍ଟ ସମ୍ପର୍କରେ ଏବେ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More