Only for Entertainment

ଡ୍ୟାନ୍ସିଂ ଅଙ୍କଲଙ୍କ ଡ୍ୟାନ୍ସ ଦେଖି ପ୍ରଭାବିତ ହେଲେ ଗୋବିନ୍ଦା, କହିଲେ ଅନେକ ଲୋକ କପି କରିଛନ୍ତି କିନ୍ତୁ…

India TV
0 32

କିଛି ଦିନ ହେବ ୪୬ ବର୍ଷୀୟ ସଂଜୀବ ଶ୍ରୀବାସ୍ତବଙ୍କ ଡ୍ୟାନ୍ସ ଭିଡିଓ ଏବେ ଇଣ୍ଟରନେଟରେ ଧୁମ ମଚାଇବାରେ ଲାଗିଛି । ବିବାହ ଉତ୍ସବରେ ଡ୍ୟାନ୍ସ କରି ରାତା ରାତି ଷ୍ଟାର ପାଲଟିଥିବା ସଂଜୀବଙ୍କ ଭିଡିଓ ଭାଇରାଲ ହେବାପରେ ସମସ୍ତ ତାଙ୍କର ଫ୍ୟାନ ହୋଇଯାଇଛନ୍ତି । ଏପରି କି ବିଦେଶରେ ମଧ୍ୟ ଲୋକେ ତାଙ୍କ ଡ୍ୟାନ୍ସ ଷ୍ଟେପସକୁ କପି କରୁଥିବା ଦେଖିବାକୁ ମିଳିଛି । କେବଳ ସାଧାରଣ ଜନତା ନୁହଁନ୍ତି ବଲିଉଡ ଷ୍ଟାର ମାନେ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ତେବେ ସଂଜୀବ ଯେଉଁ ବଲିଉଡ କଳାକାରଙ୍କ ଗୀତରେ ଡ୍ୟାନ୍ସ କରି ରାତା ରାତି ଫେମସ ହୋଇଛନ୍ତି ସେ ମଧ୍ୟ ଏବେ ତାଙ୍କ ଫ୍ୟାନ ହୋଇଯାଇଛନ୍ତି । ଆଜ୍ଞା ହଁ, ଆମେ ଗୋବିନ୍ଦାଙ୍କ କଥା କହୁଛୁ । ଗୋବିନ୍ଦାଙ୍କୁ ଅଙ୍କଲଙ୍କ ଡ୍ୟାନ୍ସ ବିଷୟରେ ପଚରାଯିବାରୁ ସେ କହିଥିଲେ, ‘ମୁଁ ସମଜୀବଙ୍କ ଡ୍ୟାନ୍ସ ଭିଡିଓ ଦେଖିଲି ଏବଂ ସେ ଯେଉଁ ପ୍ରକାର ଡ୍ୟାନ୍ସ କରୁଛନ୍ତି ତାହା ଖୁବ ଆଶ୍ଚର୍ଯ୍ୟ । ତାଙ୍କର ଏହି ଅନ୍ଦାଜ ମୋତେ ଖୁବ ପସନ୍ଦ ଆସିଲା । ମୁଁ ଜାଣିବାକୁ ପାଇଲି ସେ ଜଣେ ପ୍ରଫେସର ଏବଂ ସେ ଯେଉଁଭଳି ଭାବେ ମୋ ଷ୍ଟେପ କପି କରିଛନ୍ତି ତାହା ଖୁବ ପ୍ରଶଂସାଯୋଗ୍ୟ । ’

ଏହା ସହିତ ସେ କହିଛନ୍ତି ବଲିଉଡରେ ଅନେକ କଳାକାର ମୋ ଷ୍ଟେପକୁ କପି କରିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ସଂଜୀବଙ୍କ ପରି କେହି କରିନାହାଁନ୍ତି । ମେତେ ତାଙ୍କ ଡ୍ୟାନ୍ସ ଦେଖି ଖୁବ ମଜା ଲାଗିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More