‘ଲୈଲା ମେଁ ଲୈଲା’ ରେ ରଣବୀର ସିଂ କଲେ ଏପରି ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ
ବଲିଉଡ ଅଭିନେତା ରଣବୀର ସିଂ ଏପରି ଜଣେ କଳାକାର ଯିଏ ନିଜର ବିନ୍ଦାସ ସ୍ୱଭାବ ପାଇଁ ବେଶ ପରିଚିତ । ସେ ଯେଉଁ ପାର୍ଟିକୁ ଯାଇଥାନ୍ତି ସେହି ପାର୍ଟିରେ ଚାର ଚାନ୍ଦ ଲଗାଇଦିଅନ୍ତି । ନିକଟରେ ସୋନମ କପୁରଙ୍କ ବିବାହ ପାର୍ଟିରେ ରଣବୀର ଖୁବ ବିନ୍ଦାସ ହୋଇ ଡ୍ୟାନ୍ସ କରିଥିଲେ । ଏବଂ ପାର୍ଟିକୁ ଏକ ଭିନ୍ନ ସ୍ତରକୁ ନେଇଯାଇଥିଲେ । ତେବେ ପୁଣିଥରେ ରଣବୀର ସିଂଙ୍କ ନିଜର ମ୍ୟାଜିକାଲ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ରହିଛନ୍ତି ।
@RanveerOfficial dancing to Laila O Laila at @nitashagaurav’s wedding party last night ??#RanveerSingh pic.twitter.com/m7o7RvDt9I
— Ranveersinghlover (@Ranveerscloset) June 2, 2018
ନିକଟରେ ରଣବୀରଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରଣବୀର ସିଂ ଏକ ବନ୍ଧୁଙ୍କ ବିବାହ ପାର୍ଟିରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ରଣବୀର ସିଂ ଲଭର ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ ସେୟାର କରିଛନ୍ତି ।
ଭିଡିଓରେ ରଣବୀର ସିଂ ଫେମସ ସଙ୍ଗ ‘ଲୈଲା ମେଁ ଲୈଲା’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଗଲି ବୟ’ ର ସୁଟିଂ ଶେଷ କରି ‘ସିମ୍ବା’ର ସୁଟିଂ ସେ ବ୍ୟସ୍ତ ଅଛନ୍ତି ।