Only for Entertainment

ବିବାହ ପୂର୍ବରୁ ପିଗି ଚପ୍ସ ସାଜିଲେ ଯୋଗ ଇନଷ୍ଟ୍ରକ୍ଟର !

31

ପ୍ରିୟଙ୍କା ଚୋପ୍ରା ଏବେ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏକ ଟ୍ରେଲର ସାମ୍ନା କୁ ଆସିଛି । ଏହା ତାଙ୍କର ଆଗାମୀ ହଲିଉଡ ଫିଲ୍ମ । ଏହି ଫିଲ୍ମର ନାଁ ରହିଛି ଇଜ ଇଂଟ ଇଟ ରୋମାଂଟିକ , ଯେଉଁଥିରେ ପ୍ରିୟଙ୍କା ହଟ ଅନ୍ଦାଜରେ ନଜର ଆସିଛନ୍ତି ।

ଫିଲ୍ମର ଟ୍ରେଲର ଶେୟାର କରିଛନ୍ତି ଲିଡ ଅଭିନେତ୍ରୀ ରିବେଲ ୱିଲ୍ସେନ । ପ୍ରିୟଙ୍କା ଏହି ଫିଲ୍ମରେ ଯୋଗ ଗୁରୁ ଭାବେ ନଜର ଆସିଛନ୍ତି । ଯିଏ କି ଯୋଗ ତାଲିମ ଦେଉଛନ୍ତି । ଏହି ରୋମାଂଟିକ ଫିଲ୍ମର କାହାଣୀ ଏକ ଓଭରୱେଟ ଝିଅକୁ ନେଇ, ଯାହାକୁ ନିଜ ଓଜନ କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଖାସ କରି ପ୍ରେମ ମାମଲାରେ । ଫିଲ୍ମରେ ହ୍ୟାଣ୍ଡସମ ହଙ୍କ ଲିୟାମ ହେମ୍ସବର୍ଥ ଏବଂ ଏଡମ ଡିବାଇନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More