Only for Entertainment

ଦୁର୍ଘଟଣା ପରେ ଗଛରେ ଅଟକି ରହିଲା କାର, ୬ ଦିନ ପରେ ଭିତର ଦେଖି ଆଶ୍ଚର୍ଯ୍ୟ ହୋଇଗଲା ପୋଲିସ ।

punjab keasri
27

ଆମେରିକାର ରାଜଧାନୀ ୱାଶିଙ୍ଗଟନରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଇଛି । ୧୨ ଅକ୍ଟୋବରକୁ ନେସନାଲ ହାଇୱେ ୬୦ ନିକଟରେ ଏକ କାର ଏରିଜୋନାରେ ରାଜମାର୍ଗରୁ ଏକ ଗାଡ଼ି ତଳକୁ ଗଡ଼ିଯାଇ ଏକ ଗଛରେ ଓହଳି ରହିଥିଲା । କାର ଜଣେ ମହିଳା ଚଳାଉଥିଲେ । ଦୁର୍ଘଟଣାର ୬ ଦିନ ପରେ ମହିଳା ଜୀବତାବସ୍ଥାରେ ଉଦ୍ଧାର ହେଲେ । ଏରିଜୋନାର ଲୋକ ସୁରକ୍ଷା ବିଭାଗ କହିଲେଯେ ୧୨ ଅକ୍ଟୋବରକୁ ଜଣେ ୫୩ ବର୍ଷୀୟା ମହିଳା ରାଷ୍ଟ୍ରୀୟ ରାଜମାର୍ଗ ୬୦ ନିକଟ ବିକେନବର୍ଗ ଦେଇ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଗାଡ଼ି ତଳକୁ ପଡ଼ି ଯାଇଥିଲା ।

ପୋଲିସର କହିବା ଅନୁସାରେ ମହିଳାଙ୍କ ଗାଡ଼ି ରେଲିଂ ଭାଙ୍ଗି ୫୦ ଫୁଟ ତଳକୁ ପଡ଼ିଗଲା । ଏହି ଘଟଣାକୁ କେହି ମଧ୍ୟ ଦେଖି ନଥିଲେ । ମହିଳାକୁ ଖୋଜିବା ପାଇଁ ପ୍ରଶାସନକୁ ୬ ଦିନ ସମୟ ଲାଗିଗଲା । ୧୮ ଅକ୍ଟୋବରକୁ ଏରିଜୋମା ରାଜମାର୍ଗର ପ୍ରବନ୍ଧକ ରେଲିଂ ଭାଙ୍ଗି ଗାଡ଼ି ତଳକୁ ଗଡ଼ି ଯାଇଥିବା ଘଟଣା ଦେଖିଥିଲେ । ଏହାପରେ ପୋଲିସକୁ ଡାକି ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । କାର ମଧ୍ୟରେ ମହିଳା ଗମ୍ଭୀର ଆଘାତ ସହିତ ଜୀବିତ ଥିଲେ । ଏବେ ମହିଳା ଜଣକ ସୁସ୍ଥ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More