Only for Entertainment

ଷ୍ଟେଜ ଉପରେ ଶେଷ ନିଶ୍ୱାସ ନେବାକୁ ଚାହାଁନ୍ତି ବଲିଉଡର ଏହି ପପୁଲାର ସିଙ୍ଗର

zee news
0 30

‘ଆଶିକି-୨’ ଏବଂ ‘ରୟ’ ପରି ଫିଲ୍ମର ଗୀତରେ ନିଜର ଭଏୟ ଦେଇଥିବା ବଲିଉଡ ସିଙ୍ଗର ଅଙ୍କିତ ତିୱାରୀ ଷ୍ଟେଜ ଉପରେ ହିଁ ଶେଷ ନିଶ୍ୱାସ ନେବାକୁ ଚାହାଁନ୍ତି । ଅଙ୍କିତ ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାରରେ କହିଥିଲେ, ମୁଁ ସଙ୍ଗୀତକୁ ପେଶା ଭାବେ ଚୟନ କରିଛି । ଫିଲ୍ମ ପାଇଁ କାମ କରି ମୋତେ କେବେ କୌଣସି ପ୍ରକାରର ବୋଝ ଅନୁଭବ ହୋଇନାହିଁ ।

ankit-tiwaro-1

ଅଙ୍କିତ କହିଥିଲେ, ସଙ୍ଗୀତ ମୋର ଜୁନୁନ, ମୋତେ ସଙ୍ଗୀତ ପସନ୍ଦ ଏବଂ ଷ୍ଟେଜରେ ହିଁ ଅନ୍ତିମ ନିଶ୍ୱାସ ନେବାକୁ ମୋର ଇଚ୍ଛା । ମୁଁ ସବୁବେଳେ ଷ୍ଟେଜରେ ନିଜକୁ ଗାଉଥିବାର ଦେଖିବାକୁ ଚାହେଁ ।

ଗଣେଶ ଉତ୍ସବ ଅବସରରେ ଏହି ୩୨ ବର୍ଷୀୟ ସିଙ୍ଗର ‘ୱେ ପିଞ୍ଜରା’ ନାମକ ଗୀତ ରିଲିଜ କରିଛନ୍ତି । ଏହାକୁ ନେଇ ଅଙ୍କିତ କହିଛନ୍ତି ଏହି ଗୀତ ତାଙ୍କ ପାଇଁ ଖୁବ ଖାସ । ଏହି ଗୀତ ପାଇଁ ସେ ନିଜର ମନ ପ୍ରାଣ ସବୁ ଦେଇଛନ୍ତି । ଏହି ଗୀତ ପିଞ୍ଜରାରୁ ନିଜକୁ ମୁକ୍ତ କରିବାର ସନ୍ଦେଶ ଦେଇଥାଏ ବୋଲି ଅଙ୍କିତ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More