Only for Entertainment

୬୮ ବର୍ଷରେ ପାଦ ଦେଲେ ମୋଦି । ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଛୁଟୁଛି ଶୁଭେଚ୍ଛାର ସୁଅ

NDTV.com
0 34

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୮ ବର୍ଷରେ ପାଦ ଦେଉଛନ୍ତି । ସାରା ଦେଶରୁ ମୋଦିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଚଳିତଥର ମୋଦି ନିଜର ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଜନ୍ମଦିନ ପାଳନ କରିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋଦି କାଶୀ ବିଶ୍ୱନାଥଙ୍କୁ ଆଜି ଦର୍ଶନ କରିବେ ବୋଲି ଜଣାପଡିଛି । ତେବେ ମୋଦି ନିଜର ଜନ୍ମଦିନ ଅବସରରେ ସେଠାରେ ୫ ହଜାର ପିଲାମାନଙ୍କ ସହ ମିଶି ଚଳଚ୍ଚିତ୍ର ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦିଙ୍କ ଜନ୍ମଦିନକୁ ଦୃଷ୍ଟିରେ ରଖି ବିଜେପି ନେତାମାନେ ମଧ୍ୟ ଚଳଚଞ୍ଚଳ ହୋଇଥିବା ଦେଖାଯାଉଛି ।

ବାରାଣାସୀରେ ହିଁ ଅନେକ ବିିଜେପି ନେତାମାନେ ଉପସ୍ଥିତ ରହିବା ସହ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ । ମିଳିଥିବା ସୂଚନା ଅନୁସାରେ ମୋଦିଙ୍କୁ ଅନେକ ନେତା ଶୁଭେଚ୍ଛା ଜଣାଇବା ଆରମ୍ଭ କଲେଣି । ଏହାସହ ମୋଦିଙ୍କ ଫେସବୁକ ଓ ଟୁଇଟରରେ ମଧ୍ୟ ଅନେକ ବାର୍ତ୍ତା ଆସିବାରେ ଲାଗିଛି । ମୋଦି ନିଜର ଜନ୍ମଦିନ ଅବସରରେ ଦେଶର ଯୁବ ପୀଢିଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ରଖିବେ ବୋଲି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସବୁବେଳେ ଫିଟ ନେସର କଥା କହୁଥିବା ମୋଦି କିପରି ଭାବରେ ଯୋଗ କଲେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ତାହା କହିପାରନ୍ତି ବୋଲି ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଏକାବେଳେକେ ୫ ହଜାର ପିଲାମାନଙ୍କ ସହ ଚଳଚ୍ଚିତ୍ର ଦେଖିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More