Only for Entertainment

୨୨ ତମ ବିବାହ ବାର୍ଷିକରେ ବୋନି କପୁର ସେୟାର କଲେ ଶ୍ରୀଦେବୀଙ୍କ ସହିତ ବିତାଇ ଥିବା ଶେଷ ମୁହୂର୍ତ୍ତର ଭିଡିଓ

DNA India
0 69

ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବିବାହକୁ ଜୁନ ୨ରେ ୨୨ ବର୍ଷ ପୂରଣ ହୋଇଛି । ଏହି ଖାସ ଅବସରକୁ ବୋନି କପୁରଙ୍କ ସହିତ ସେଲିବ୍ରେଟ କରିବା ପାଇଁ ଶ୍ରୀଦେବୀ ଆଉ ଏ ଦୁନିଆରେ ନାହାଁନ୍ତି । କିନ୍ତୁ ଶ୍ରୀଦେବୀଙ୍କ ପତି ବୋନି କପୁର ଶ୍ରୀଦେବୀଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଇମୋଶନାଲ ଭିଡିଓ ସେୟାର କରିଛନ୍ତି ।


ବୋନି କପୁର ସେୟାର କରିଥିବା ଭିଡିଓ ଭଣଜା ମୋହିତ ମାରୱାଙ୍କ ବିବାହ ସମୟର । ଭିଡିଓରେ ଶ୍ରୀଦେବୀ ଏବଂ ପୁରା ପରିବାର ଖୁସିରେ ନାଚୁଥିବା ନଜର ଆସିଛନ୍ତି । ଭିଡିଓକୁ ସେୟାର କରି ବୋନି କପୁର ଏକ ଇମୋଶନାଲ କ୍ୟାପସନ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, “ଏହା ଆମର ୨୨ ତମ ବିବାହ ବାର୍ଷିକ ହୋଇଥାନ୍ତା । ଜାନ…, ମୋ ପତ୍ନୀ, ମୋ ସୋଲମେଟ, ପ୍ରେମର ପ୍ରତୀକ । ଆପଣଙ୍କ ହସ ମୋ ଜୀବନ ସାରା ମୋ ଭିତରେ ରହିବ ।”

ଆପଣଙ୍କୁ କହିରଖୁଛୁ ଯେ ଏହି ବିବାହରେ ସାମିଲ ହେବା ପାଇଁ ଶ୍ରୀଦେବୀ ଦୁବାଇ ଯାଇଥିଲେ ଏବଂ ସେଠାରୁ ସେ ଆଉ ଜିବୀତ ଫେରିନଥିଲେ । ଫେବୃୟାରି ୨୪ରେ ବାଥ ଟବରେ ବୁଡି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା । ଶ୍ରୀଦେବୀଙ୍କର ଏହି ଅକାଳ ବିୟୋଗ ପୁରା ପରିବାର ସହିତ ପୁରା ଦେଶକୁ ସ୍ତବ୍ଧ କରିଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More