Only for Entertainment

ଘରେ ତିଆରି କରନ୍ତୁ ‘ବଟର୍‌ ଚିକେନ୍‌‘

GoodtoKnow
0 44

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ବଟର୍‌, ପିଆଜ ବଟା, ଅଦାବଟା, ରସୁଣ ବଟା, ଟମାଟୋ, ଲଙ୍କା ଗୁଣ୍ଡ, ଚିକେନ୍ ମସଲା, କସୁରୀ ମେଥି, ହଳଦୀ,

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଧୋଇ ଦିଅନ୍ତୁ। ପରେ କଡ଼େଇରେ ବଟର୍‌କୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏହା ତରଳିଲା ପରେ ପିଆଜ, ରସୁଣ, ଅଦାବଟା ଓ ଟମାଟୋ ପକାଇ କଷନ୍ତୁ।

ପରେ ସେଥିରେ ଲଙ୍କା ଗୁଣ୍ଡ ଓ  ଚିକେନ୍ ମସଲା ପକାଇ ଗୋଳାନ୍ତୁ। ମସଲା କଷି ହେବା ପରେ ଚିକେନ୍‌ ଏବଂ ଅଳ୍ପ ବଟର୍‌ ପକାଇ କମ୍‌ ଆଞ୍ଚରେ କଷନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ।

ଏହାପରେ ସେଥିରେ ଅଳ୍ପ ପାଣି ଦେଇ ଚିକେନ୍‌ ସିଝିବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚ ଦିଅନ୍ତୁ। ଏହା ହୋଇ ଯିବା ପରେ ସେଥିରେ କସୁରୀ ମେଥି ପକାଇ ଚୂଲାରୁ ଓହ୍ଲାଇ ଦିଅନ୍ତୁ ଓ ପରିବାର ଲୋକଙ୍କୁ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More