Only for Entertainment

୩୫ମିନିଟ ପର୍ଯ୍ୟନ୍ତ ୱାଶିଂ ମେସିନ ଭିତରେ ଫସି ରହିଲା ବିଲେଇ, ଆଉ ତା’ପରେ !

35

ସୋସିଆଲ ମିଡିଆରେ ଗୋଟିଏ ପଟେ ଲୋକ ଯେତେବେଳେ ପରସ୍ପରର ବିରୋଧ କରିବାରେ ବ୍ୟସ୍ତ ଥାଆନ୍ତି ଅନ୍ୟପଟେ କିନ୍ତୁ ଆବଶ୍ୟକତା ବେଳେ ସହଯୋଗ ବି କରନ୍ତି | ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ଆମେରିକା ମିନିସୋଟାରେ ଘଟିଥିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି | ପ୍ରକୃତରେ ୱାସିଂମେସିନରେ ବିଲେଇଟି ରହିଯାଇଥିଲା | ଏହାର ମାଲିକ ଏହା ନ ଜାଣିନପାରି ୱାସିଂମେସିନକୁ ଚଳାଇ ବାହାରକୁ ପଳାଇଯାଇଥିଲେ |

ଯେତେବେଳେ ସେ ଫେରିଲେ ନିଜ ପ୍ରିୟ ବିଲେଇକୁ ଭିତରେ ଫସି ରହିଥିବାର ଦେଖିବାକୁ ପାଇଥିଲେ | ବିଲେଇଟି ଯେନତେନ ପ୍ରକାରେ ନିଜକୁ ବଞ୍ଚାଇ ରଖିଥିଲା | ଏହାପରେ ବିଲେଇର ମାଲିକ ଷ୍ଟେଫନି ତୁରନ୍ତ ଚିକିତ୍ସାଳୟକୁ ନେଇଯାଇଥିଲେ | ଷ୍ଟେଫନିଙ୍କ ଝିଅ ବିଲେଇର ଏଭଳି ଅବସ୍ଥା ବାବଦରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ବିଲେଇ ପାଇଁ ଆବଶ୍ୟକ ଚିକିତ୍ସା ଖର୍ଚ୍ଚ ବାବଦରେ ସେ ଗୁହାରି କରିଥିଲେ |

୧୦ ହଜାର ଡଲାରର ଆବଶ୍ୟକତା ହେଉଥିବାବେଳେ ଏ ଯାଏଁ ଫେସବୁକ ବ୍ୟବହାରକାରୀମାନେ ୯୮୦୦ ଡଲାରର ସହଯୋଗ କରିସାରିଲେଣି | ବର୍ତ୍ତମାନ ବିଲେଇଟିର ଅବସ୍ଥା ଗୁରୁତର ରହିଛି | ଅକ୍ସିଜେନ ସାହାଯ୍ୟରେ ବିଲେଇଟି ବର୍ତ୍ତମାନ ଜୀବିତ ରହିଛି |ବିଲେଇଟିର ଫୁସଫୁସରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ନିମୋନିଆରେ ପୀଡିତ ହୋଇଛି |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More