Only for Entertainment

ଚନ୍ଦ୍ରବାବୁ ନାଇଡୁଙ୍କଠୁ ୬ ଗୁଣ ଧନୀ ତାଙ୍କ ୩ ବର୍ଷୀୟ ନାତି !

DNA India
21

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ୩ ବର୍ଷୀୟ ନାତି ଦେବାଂଶ ତାଙ୍କ ଠାରୁ ୬ ଗୁଣ ଧନୀ। ନାଇଡୁଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨.୯୯ କୋଟି ଟଙ୍କା ହୋଇଥିବା ବେଳେ ଦେବାଂଶର ସମ୍ପତ୍ତି ମୂଲ୍ୟ ୧୮.୭୧ କୋଟି ଟଙ୍କା ହୋଇଛି। ୨୦୧୮-୧୯ ଆର୍ଥିକବର୍ଷ ପାଇଁ ନାଇଡୁ ପରିବାର ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତ୍ତି ତାଲିକାରୁ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି। ଏଥିରେ ଦର୍ଶାଯାଇଛି ଯେ ନାଇଡୁ ପରିବାରର ସମ୍ପତ୍ତି ବର୍ଷକରେ ୧୨.୫ କୋଟି ଟଙ୍କା ବୃଦ୍ଧି ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ନିଟ୍‌ ସମ୍ପତ୍ତି ଆଲୋଚ୍ୟ ଆର୍ଥିକବର୍ଷରେ ୧୮.୮% ବଢ଼ି ୨.୫୩ କୋଟିରୁ ୨.୯୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନାଇଡୁଙ୍କ ପତ୍ନୀ ତଥା ହେରିଟେଜ୍‌ ଫୁଡ୍ସ ଲିମିଟେଡ୍‌ ମୁଖ୍ୟ ଭୁବନେଶ୍ବରୀଙ୍କ ନିଟ୍‌ ସମ୍ପତ୍ତି ୩୧.୦୧ କୋଟି ଟଙ୍କା ହୋଇଥିବା ବେଳେ ସେ ତାଙ୍କ ପରିବାର ସବୁଠୁ ଧନୀ ବିବେଚିତ ହୋଇଛନ୍ତି। ଗତବର୍ଷ ତାଙ୍କ ସମ୍ପତ୍ତି ପରିମାଣ ୨୫.୪୧ କୋଟି ଟଙ୍କା ରହିଥିଲା। ସେହିଭଳି ନାଇଡୁଙ୍କ ପୁଅ ତଥା‌ ଆନ୍ଧ୍ର ପ୍ରଦେଶର ଆଇଟି ଓ ପଞ୍ଚାୟତରାଜ ମନ୍ତ୍ରୀ ନାରା ଲୋକେଶଙ୍କ ନିଟ୍‌ ସମ୍ପତ୍ତି ୨୦୧୮-୧୯ ଆର୍ଥିକବର୍ଷରେ ୨୧.୪୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା କି ବର୍ଷକ ତଳେ ୧୫.୨୧ କୋଟି ଟଙ୍କା ରହିଥିଲା। ତାଙ୍କ ପୁଅ ଦେବାଂଶର ସମ୍ପତ୍ତି ପରିମାଣ ପୂର୍ବ ବର୍ଷ ୧୧.୫୪ କୋଟି ଟଙ୍କା ଥିଲା ବେଳେ ଆଲୋଚ୍ୟ ଆର୍ଥିକବର୍ଷରେ ଏହା ୧୮.୭୧ କୋଟି ଟଙ୍କା‌ରେ ପହଞ୍ଚିଛି।

chandrababu_naidu_grandson

ଅନ୍ୟପକ୍ଷରେ ଲୋକେଶଙ୍କ ପତ୍ନୀ ବ୍ରାହ୍ମଣୀଙ୍କ ସମ୍ପତ୍ତି ମୂଲ୍ୟ ଅଧା ଖସିଯାଇଛି। ପୂର୍ବ ବର୍ଷ ତାଙ୍କ ସମ୍ପତ୍ତି ମୂଲ୍ୟ ୧୫.୦୧ କୋଟି ଟଙ୍କା ଥିଲା, ଯାହା କି ୨୦୧୮-୧୯ରେ ୭.୭୨ କୋଟି ଟଙ୍କାକୁ କମିଛି। ଏହି ରିପୋର୍ଟରେ ନାଇଡୁ ପରିବାର ସଦସ୍ୟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସମ୍ପତ୍ତି ସବୁଠୁ କମ୍ ବୋଲି ଦର୍ଶାଯାଇଛି। ଗତ ୮ ବର୍ଷ ହେଲା ନାଇଡୁ ପରିବାର ସ୍ବେଚ୍ଛାକୃତ ଭାବେ ଏହାର ସମ୍ପତ୍ତି ଓ ଲାଏବିଲିଟି ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିଆସୁଛି। ‌ତେଲେଙ୍ଗାନାରେ ଡିସେମ୍ବର ୭ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନାଇଡୁ ପରିବାରର ସମ୍ପତ୍ତି ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ନିର୍ବାଚନରେ ନାଇଡୁଙ୍କ ଟିଡିପି ଏକ ପ୍ରମୁଖ ଦଳ ରହିଛି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More