Only for Entertainment

ଚନ୍ଦ୍ରଯାନ-୨ ମିଶନକୁ ନେଇ ନିଜ ନିଜ ପ୍ରତିକ୍ରିୟା ରଖିଲେ ସିନେ କଳାକାର, ଇସ୍ରୋର ପ୍ରୟାସକୁ କଲେ ପ୍ରଂଶସା !

85

ଶେଷ ମୁହୂର୍ତ୍ତରେ ଫେଲ ମାରିଛି ମିଶନ ଚନ୍ଦ୍ରଯାନ ୨ । ଚନ୍ଦ୍ର ପାଖରେ ପହଁଚିବା ସ୍ୱପ୍ନ ଅଳ୍ପକେ ବିଫଳ ହୋଇଛି । ଏନେଇ ଇସ୍ରୋ ସହ ପୂରା ଦେଶବାସୀ ନିରାଶ ହୋଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ନେଇ ବିରୋଧୀ ଦଳ ନେତା । ଏଥିସହ ବିଭିନ୍ନ କ୍ଷେତ୍ରର ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାଧାରଣ ଜନତା । ଏପରିକି ବଲିଉଡ ଷ୍ଟାରସମାନେ ଇସ୍ରୋର ମନୋବଳ ବୃଦ୍ଧି ପାଇଁ ସାମ୍ନାକୁ ଆସିଛନ୍ତି ।

ବିଗ ବି ଅମିତାଭ ବଚ୍ଚନ, କିଙ୍ଗ ଖାନ ଶାହାରୁଖ ଖାନର, ସ୍ୱରା ସାମ୍ରାଜ୍ଞୀ ଲତା ମଙ୍ଗେସକର,ନିର୍ମାତ କରଣ ଜୋହର, ସାଉଥସୁପରଷ୍ଟାର ତଥା ରାଜନେତା କମଲ ହାସନ, ଅନୁପମ ଖେର, ରିତେଶ ଦେଶମୁଖ ଅଭିନେତ୍ରୀ ନିମ୍ରତ କୌର, ସମେତ ବହୁ ବଲିଉଡ ଷ୍ଟାର ଟୁଇଟ କରି ଇସ୍ରୋର ପ୍ରୟାସକୁ ପ୍ରଂଶସା କରିବା ସହ ମନୋବଳ ବୃଦ୍ଧ କରିଛନ୍ତି ।

କଳାକାର ନିଜ ନିଜ ଟୁଇଟରେ ଲେଖିଛନ୍ତି କି ଇସ୍ରୋର ଏହା ଅବିଶ୍ୱନୀୟ ଉପଲବ୍ଧି । ପୂରା ଦେଶବାସୀ ଏନେଇ ଗର୍ବ ଅନୁଭବ କରୁଛନ୍ତି । ବିଫଳତା ପରେ ସଫଳତା ମିଳିବା ନିଶ୍ଚିତ । ତେଣୁ ଆଶା ସହ ଉଦ୍ୟମ ବଜାୟ ରଖିବା ଜୁରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More