Only for Entertainment

ଛେନା ପାଳଙ୍ଗ ପ୍ରସ୍ତୁତି ପ୍ରଣାଳୀ

Manjula's Kitchen
0 35

ପ୍ରସ୍ତୁତି  ସାମଗ୍ରୀ :

ପାଳଙ୍ଗଶାଗ   ୫୦୦  ଗ୍ରାମ , ଛେନା   ୨୦୦ ଗ୍ରାମ , ଟମାଟୋ  ୧ ଟି , ବଡପିଆଜ  ୧ ଟି , ରସୁଣ  ୫ ପାଖୁଡା , ତେଲ  ୪/୫ ଚାମଚ , ଲୁଣ , ହଳଦୀ , ଲଙ୍କାଗୁଣ୍ଡ , ଧନିଆପତ୍ର , ଗରମମସାଲା ଦରକାର ଅନୁଯାଇ  ।

ପ୍ରଣାଳୀ  :

ପ୍ରଥମେ  ପାଳଙ୍ଗକୁ  ଧୋଇ କାଟି  ସିଝେଇ  ନେବେ  ଓ ଶିଳରେ  ବାଟିନେବେ  । ପିଆଜ , ଅଦା , ରସୁଣ  ଭଲଭାବରେ  ବାଟିନେବେ  । ଛେନାକୁ   ଭଲଭାବରେ  ଚକଟି  ସେଥିରେ  ଲୁଣ , ଲଙ୍କାଗୁଣ୍ଡ  ମିଶାନ୍ତୁ  ଏବଂ  ଏହାକୁ  ଅଳ୍ପ ତେଲରେ  ଭାଜି  ରଖନ୍ତୁ  । ଏହାପରେ  ତେଲ  ଗରମ  କରି  ମସଲା  ଭାଜନ୍ତୁ ।  ଏଥିରେ  ଧନିଆଗୁଣ୍ଡ , ଲଙ୍କାଗୁଣ୍ଡ  ଦିଅନ୍ତୁ  । ଟମାଟୋ  ପକାଇ ଭାଜନ୍ତୁ  ଏବଂ  ବଟା  ପାଳଙ୍ଗଶାଗ  ପକେଇ  ମିଶାନ୍ତୁ ।  ଫୁଟାପାଣି , ଦୁଧ  ୨  ଚାମଚ  ଓ ଗରମମସଲା  ଦିଅନ୍ତୁ  । ଫୁଟିଲାବେଳକୁ ଭଜା  ଛେନା  ପକେଇ  ମିଶାନ୍ତୁ ।  ୧୦/୧୫  ମିନିଟ  ଫୁଟିଲା ପରେ  ଚୁଲାରୁ  କାଢି ଦିଅନ୍ତୁ  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More