Only for Entertainment

ବିନା ଓଭନରେ ଘରେ ପ୍ରସ୍ତୁତ କରନ୍ତୁ ହର୍ଲିକ୍ସ କେକ ।

youtube
0 30

ଜନ୍ମଦିନ ହେଉ ବା ବିବାହ ବାର୍ଷିକୀ,କେତେକ ଖାସ ଦିନରେ ଆମେ କେକ କାଟି ସେହି ଉତ୍ସବକୁ ଖୁବ ଧୁମ୍ଧାମ୍ରେ ପାଳନ କରିଥାଉ । କେବେ କେବେ ଇଛା ହୁଏ ତାହାକୁ ନିଜେ ଘରେ ପ୍ରସ୍ତୁତ କରିବାକୁ,କିନ୍ତୁ ମାଇକ୍ରୋ ଓଭନ ସମସ୍ତଙ୍କ ନିକଟରେ ନଥାଏ,ଯାହା ଦ୍ୱାରା କେକ ପ୍ରସ୍ତୁତ କରିବାର ଇଛା ମନ ଭିତରେ ରହିଯାଏ । ଯଦି ତାହା ବିନା ଓଭନରେ ଘରେ ପ୍ରସ୍ତୁତ କରିହେବ ତେବେ କିଭଳି ହେବ?ଆଜି ଆମେ ଆପଣଙ୍କୁ ଶିଖାଇବୁ ବିନା ଓଭନର ହର୍ଲିକ୍ସ କେକ,ଯାହାର ପ୍ରସ୍ତୁତି ପ୍ରଣାଳୀ ଖୁବ ସହଜ, ଏବଂ ଆମେ ଦେଇଥିବା ସମସ୍ତ ସାମଗ୍ରୀ ଆପଣଙ୍କୁ ସହଜରେ ଏବଂ ସୁଲଭ ମୂଲ୍ୟରେ ରାସନ ଦୋକାନରେ ମିଳିଯିବ । ଆସନ୍ତୁ ଜାଣିବା ହର୍ଲିକ୍ସ କେକ୍ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ-
୧୦୦ ଗ୍ରାମ ମଇଦା,୫୦ ଗ୍ରାମ ଚିନି, କିଛି ଚକୋ ହର୍ଲିକ୍ସ,ଭାନିଲା ଏସେନ୍ସ,ବେକିଂ ପାଉଡର,ଖାଇବା ସୋଢା,ବଟର,ଜଳ ଓ ସମାନ୍ୟ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ରଖିଥିବା ଚିନିକୁ ମିକ୍ସର ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରି ରଖନ୍ତୁ । ଏହାପରେ ଏକ ଛୋଟ ପାତ୍ର ନିଅନ୍ତୁ । ମଇଦା,ରଖିଥିବା ଚିନି,ଲୁଣ,ବେକିଂ ସୋଢା, ବେକିଂ ପାଉଡର ଓ ଚକୋ ହର୍ଲିକ୍ସକୁ ଏକା ସାଙ୍ଗରେ ଏକ ଚଲା ମାଧ୍ୟମରେ ଚଲାଇ ସେହି ପାତ୍ରରେ ରଖନ୍ତୁ । ଏହାପରେ ସେଥିରେ ବଟର ଓ ଭାନିଲା ଏସେନ୍ସ ପକାନ୍ତୁ । ସେଥିରେ ଅଳ୍ପ ଅଳ୍ପ କରି ଜଳ ପକାଇ ମିଶାନ୍ତୁ,ମନେ ରଖିବେ ଯେପରି ଏକା ସାଙ୍ଗରେ ସମସ୍ତ ଜଳ ନପକାନ୍ତି । ଆପଣ ଜଳ ପରିବର୍ତ୍ତେ ଦୁଗ୍ଧ ମଧ୍ୟ ନେଇପାରିବେ । ଏହା ସହିତ ବଟରକୁ ସାମାନ୍ୟ ତରଳାଇ ପକାଇ ପାରିବେ । ମିଶ୍ରଣ ଯେପରି ଅଧିକ ମୋଟା ବା ପତଳା ନ ହୁଏ । ଏହାପରେ କେକ୍ ପ୍ରସ୍ତୁତ କରିବା ପାଇଁ ଘରେ ବ୍ୟବହାର କରୁଥିବା କୌଣସି ଏକ ପାତ୍ର ନିଅନ୍ତୁ ଓ ତାହା ମଧ୍ୟରେ ଭଲ ଭାବରେ ବଟର ଲଗାନ୍ତୁ । ରଖିଥିବା ମିଶ୍ରଣକୁ ତାହା ମଧ୍ୟରେ ଢାଳନ୍ତୁ । ଏହି ମଧ୍ୟରେ ପ୍ରେସର କୁକରର ସିଟି ବାହାର କରି କୁକରକୁ ୫ ମିନିଟ ପାଇଁ ଗରମ କରନ୍ତୁ । ଏହାପରେ ତାହା ମଧ୍ୟରେ କିଛି ଲୁଣ ପକାନ୍ତୁ । ଲୁଣ ପକାଇବା ଦ୍ୱାରା ପାତ୍ର ପୋଡ଼ିବ ନାହିଁ । ତାହା ଉପରେ ମିଶ୍ରଣ ରଖିଥିବା ପାତ୍ରକୁ ରଖନ୍ତୁ । କୁକର ଗରମ ଥାଏ,ତେଣୁ ଧ୍ୟାନ ଦେଇ ପାତ୍ରକୁ ରଖିବେ ଓ କୁକରର ଲିଡ ବନ୍ଦ କରି ଧୀର ଆଂଚରେ ୪୦ରୁ ୪୫ ମିନିଟ ବସାଇବେ । ଏହାପରେ ପ୍ରେସରକୁ ଗ୍ୟାସ ଉପରୁ ବାହାର କରି ଲିଡ୍ ଖୋଲି ଥଣ୍ଡା ହେବା ପାଇଁ ଛାଡ଼ିଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More