Only for Entertainment

ଦୀର୍ଘ ୬ ବର୍ଷ ପରେ ବଡ଼ ପ୍ରଡକ୍ସନ ହାଉସର ଅଫର ସହିତ କମବ୍ୟାକ କଲେ କରିସ୍ମା ।

telugu.boldsky.com
0 52

କରିସ୍ମା କପୁର ହେଉଛନ୍ତି ବଲିଉଡର ଜଣେ ସଫଳ ନାୟିକା, ଯିଏ ୯୦ ଦଶକରେ ନିଜର ନିଖୁଣ ଅଭିନୟ ଏବଂ ସୌନ୍ଦର୍ଯ୍ୟ ଦ୍ୱାରା ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ । ତେବେ କରିସ୍ମାଙ୍କ ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଖୁବଶୀଘ୍ର ସେ ନିଜ ଫ୍ୟାନ ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ସୁନ୍ଦର ଉପହାର । ସେହି ଉପହାର ବିଷୟରେ ଜାଣିଲେ ତାଙ୍କ ଫ୍ୟାନ୍ସ ମାନଙ୍କ ଉତ୍ସାହର ସୀମା ରହିବ ନାହିଁ । କାରଣ କରିସ୍ମା ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ।

ଶେଷ ଥର ୨୦୧୨ରେ ସେ ଡେଂଜରସ ଇସ୍କ ଭଳି ବଡ଼ ପରଦାରେ ନଜର ଆସିଥିଲେ । ଖବର ଅନୁସାରେ କରିସ୍ମା ପୁଣିଥରେ ପରଦାକୁ ଫେରୁଛନ୍ତି । କୁହାଯାଉଛି ଯେ ସେ ସିରିଅଲ୍ ଏବଂ ଫିଲ୍ମ ନିର୍ମାତା ଏକତା କପୁରଙ୍କ ପ୍ରଡକସନ ହାଉସ୍ଇକ୍ଷଗ୍ଧ ଈବକ୍ଷବହସ ବ୍ୟାନରର ଗୋଟେ ୱେବ ସିରିଜ ରେ ନଜର ଆସିବେ । ମା’ ହେବା ପରେ ନିଜ ଆକ୍ଟିଙ୍ଗ କୁ ନେଇ ସେ କହିଥିଲେ – “ ଏବେ ଆକ୍ଟିଙ୍ଗ କୁ ନେଇ ମୁଁ କିଛି ଚିନ୍ତା କରିନାହିଁ ଯଦି ଆଗକୁ କିଛି କାହାଣି ମତେ ପସନ୍ଦ ଆସୁଛି ତେବେ ମୁଁ ନିଶ୍ଚୟ କାମ କରିବିା” ଏହି ଖବର ଜାଣିବାପରେ ଏବେ ଲାଗୁଛି କରିସ୍ମାଙ୍କୁ ତାଙ୍କ ମନ ପସନ୍ଦର କାହାଣୀ ମିଳିସାରିଛି । ସେ ନିଜର ଏହି ନୂଆ ପ୍ରୋଜେକ୍ଟ ବିଷୟରେ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି ।

ଖାସ୍ କଥା ହେଉଛି ଯେ ମା ହେବା ପରେ ତାଙ୍କ ଭଉଣି କରୀନା କପୁର ମଧ୍ୟ ଏକତାଙ୍କ ଫିଲ୍ମ “ବୀରେ ଦି ୱେଡିଙ୍ଗ” ରେ ବଲିଉଡରେ କମବ୍ୟାକ କରିଥିଲେ ଏବଂ ଏବେ କରିସ୍ମା ମଧ୍ୟ କମବ୍ୟାକ ପାଇଁ ଏକତାଙ୍କୁ ହିଁ ଚୟନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More