Only for Entertainment

କମେଡି କ୍ୱିନ ଭାରତୀ ଏବଂ ପତି ହର୍ଷ ଅସୁସ୍ଥ, ଏକା ସହିତ ହସ୍ପିଟାଲରେ ଭର୍ତ୍ତି ।

India
0 53

କମେଡି କ୍ୱିନ ନାମରେ ପରିଚିତ ଭାରତୀ ସିଂ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିଆଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଭରତୀ ଏବଂ ତାଙ୍କ ପତି ହର୍ଷଙ୍କୁ ଡେଙ୍ଗୁର ଶିକାର ହୋଇଛନ୍ତି । ଦୁହିଁଙ୍କୁ ମୁମ୍ବାଇର କେକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନରୁ ଉଭୟ ଭାରତୀ ଏବଂ ହର୍ଷ ଅସୁସ୍ଥ ଥିଲେ । ବ୍ଲଡ ଟେଷ୍ଟ କରିବା ପରେ ଦୁହିଁଙ୍କୁ ଡେଙ୍ଗୁ ହୋଇଥିବା ଜାଣିବାକୁ ମିଳିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହେଁ ୨୩ ସେପ୍ଟେମ୍ବରରେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ଦୁହିଁଙ୍କ ସ୍ୱାସ୍ଥରେ ସୁଧାର ଆସିବା ପର୍ଯ୍ୟନ୍ତ ସେମାନେ ହସ୍ପିଟାଲରେ ରହିବେ ।


କିଛି ଦିନ ପୂର୍ବରି ଖବର ଶୁଣିବାକୁ ମିଳିଥିଲା ଯେ ଭାରତୀ ସିଂ ଏବଂ ତାଙ୍କ ପଚି ହର୍ଷ ଲିମ୍ବାଚିଆ ବିଗ ବସ-୧୨ରେ ଯୋଡି ଭାବେ ଏଣ୍ଟ୍ରି କରିବେ । କିନ୍ତୁ ଶୋ’ ଆରମ୍ଭ ହୋଇଯାଇଥିବା ବେଳେ ଭାରତୀ ଏବଂ ହର୍ଷଙ୍କର ଶୋ’ରେ ଦେଖାନାହିଁ । ବିଗ ବସ ଶୋ’ରେ ଲୋକଙ୍କର ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଭାରତୀ ଏବଂ ହର୍ଷଙ୍କୁ ବିଗ ବସ-୧୨ ଲଂଚ ସେରେମୋନିରେ ଡକାଯାଇଥିଲା ।

ତେବେ ଭରତୀଙ୍କୁ ନେଇ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି । ଖବର ଅନୁସାରେ ଭାରତୀ ନିଜର ଟକ ଶୋ’ ସହିତ ପରଦାକୁ ଖୁବ ଶୀଘ୍ର ଆସିବେ । ଏହି ଶୋ’ର ନାମ ରହିଛି ‘ଭାରତୀ କା ଶୋ- ଆନା ହି ପଡେଗା’ । ଏହା ସହିତ ସେ ଖୁବ ଶୀଘ୍ର ‘ଇଣ୍ଡିଆଡ ଗଟ ଟ୍ୟାଲେଣ୍ଟ’ର ସିଜିନ-୮କୁ ମଧ୍ୟ ହୋଷ୍ଟ କରିବାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More