ଯୁବକ ଯୁବତୀ ମେଟ୍ରୋ ଭିତରେ ଏଭଳି କଲେ କିଛି, ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ଲୋକେ, ଭିଡିଓ ଭାଇରାଲ !
ଆପଣମାନେ ସୋସିଆଲ ମିଡିଆରେ କେତେ ଭିଡିଓ ଦେଖିଥିବେ, କିନ୍ତୁ ଏପରି ଭିଡିଓ ଆପଣ କେବେ ଦେଖିନଥିବେ । ମ୍ୟାରି କର୍ ନାମକ ଜଣେ ଲେଖିକା ଟୁଇଟରରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି । ଯାହା ଏବେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇ ଜଣ ଯୁବକ ଯୁବତୀ ମେଟ୍ରୋ ମଧ୍ୟରେ ଏପରି କାମ କରୁଥିଲେ, ଯଦି ଆପଣ ଏହି ଭିଡିଓକୁ ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ ।
On the 6 train tonight, a couple takes a table out and starts a ping pong game….#I❤️NYC pic.twitter.com/WqztzK9xSx
— Mary Karr, Author (@marykarrlit) June 29, 2019
ସାଧାରଣରେ ଲୋକ ଯେତେବେଳେ ମେଟ୍ରୋରେ ଯାତ୍ରା କରନ୍ତି ମୋବାଇଲରେ ଗେମ୍ ଖେଲୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏହି ଯୁବକ ଯୁବତୀ ଦୁଇଜଣଙ୍କୁ ମେଟ୍ରୋ ମଧ୍ୟରେ ଟେବୁଲ ଟେନିସ୍ ଖେଳୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ, ମାତ୍ର ଦୁଇ ଦିନରେ ପାଖାପାଖି ୫୦ ଲକ୍ଷ ଲୋକ ଦେଖି ସାରିଳେଣି । ଏହି ଭିଡିଓଟି ନ୍ୟୁୟର୍କର ବୋଲି ଅନୁମାନ କରାଯାଉଛି ।