Only for Entertainment

ରଣବୀର ସିଂଙ୍କ ବର୍ଥଡେ ପୂର୍ବରୁ ଅତିପ୍ରିୟ ବନ୍ଧୁ ଶେୟାର କଲେ ପୁରୁଣା ଫଟୋ !

44

ଫିଲ୍ମ ଜଗତରେ ଏକ ଭିନ୍ନ ସ୍ଥାନ ବନାଇଥିବା ରଣବୀର ସିଂଙ୍କର ୬ଜୁଲାଇ ଅର୍ଥାତ ଆଜି ଜନ୍ମଦିନ । ଏହିକାରଣରୁ ତାଙ୍କୁ ଗୋଟେ ଦିନ ପୁର୍ବ ସନ୍ଧ୍ୟାରୁ ଶୁଭେଚ୍ଛା ମିଳିବା ଆରମ୍ଭ ହୋଇଗଲାଣି । ସେହିଭଳି ରଣବୀରଙ୍କ କ୍ଲୋଜ ଫ୍ରେଣ୍ଡ ଏବଂ କାଷ୍ଟିଂ ଡିରେକ୍ଟର ସାନୁ ଶର୍ମା ନିଜ କିଛି ପୁରୁଣା ସ୍ମୃତି ତାଜା କରିଛନ୍ତି । ସେ ରଣବୀର ସିଂଙ୍କର ୮ବର୍ଷ ପୂରୁଣା ଫଟୋ ଶେୟାର କରିଛନ୍ତି , ଏହାସହ ଏକ ସୁନ୍ଦର କ୍ୟାପଶନ ମଧ୍ୟ ପୋଷ୍ଟ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନିର୍ଦ୍ଦେଶକ ଶାନୁ ଶର୍ମା ନିଜ ଈନଷ୍ଟାଗ୍ରାମ ଅକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ଏବଂ ରଣବୀର ଦୁହେଁ ନାଲି ରଂଗର ପୋଷାକରେ ନଜର ଆସିଛନ୍ତି । ଶାନୁ ଏବଂ ରଣବୀର ଦୁହେଁ ଏହି ଫଟୋ ଖୁବ କ୍ୟୁଟ ଦେଖାଯାଉଛନ୍ତି ।

ଶାନୁଙ୍କ ଏହି ଫଟୋ ଫ୍ୟାନ୍ସମାନଙ୍କ ଖୁବ ପସନ୍ଦ ଆସିଛି , ଏହିକାରଣରୁ କମେଂଟର ସୁଅ ଛୁଟିବାରେ ଲାଗିଛି । କେହି ଲେଖିଛନ୍ତି ଯେ ବଲିଉଡରେ ଏଭଳି ଅଭିନେତା ହେବା କୌଣସି ଆଶୀର୍ବାଦରୁ କମ ନୁହେଁ । ଏହିଭଳି କେହି ଇମୋଜି ଜରିଆରେ ଅନେକ ଭଲ ପାଇବା ଦେଖାଇଛନ୍ତି ।

ରଣବୀରଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ କିଛି ଦିନ ହେବ କପିଲ ଦେବଙ୍କ ଉପରେ ପ୍ରସ୍ତୁତ ହେଉଥିବା ଫିଲ୍ମ ‘୮୩’ ପାଇଁ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More