Only for Entertainment

ଗିରଫ ହେଲା ସଲମାନଙ୍କୁ ମାରିବାକୁ ପ୍ଲାନ କରୁଥିବା ବ୍ୟକ୍ତି ।

bollywood tadka
0 47

ସଲମାନଙ୍କ ସମସ୍ୟା କେବେ ମଧ୍ୟ କମୁନାହିଁ । ଗୁରୁଗ୍ରାମର ଏସଟିଏଫ ଟିମ ଖୁଲାସା କରିଛନ୍ତିଯେ ସଲାମନଙ୍କ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ଲରେଂସ ବିଶ୍ନୋଇର ଗୁର୍ଗେ ସମ୍ପତ ନେହରାଙ୍କୁ ପୋଲିସ ଗିରଫ କରିଛି । ସେ ହାଇଦରାବାଦରୁ ଗିରଫ ହୋଇଛି । ତା ନାମରେ ଦୁଇ ଡର୍ଜନରୁ ଅଧିକ ହତ୍ୟା ଏବଂ ଅନ୍ୟ କେତେକ ମାମଲା ମଧ୍ୟ ପୂର୍ବରୁ ରହିଛି ।

ପଚରାଉଚରା ପରେ ଯେତେବେଳ ଜଣାଗଲାଯେ ସେ ସଲମାନଙ୍କୁ ମାରିବାର ଷଡ଼ଯନ୍ତ୍ର ରଚିଥିଲା ସମସ୍ତଙ୍କର ହୋଶ ଉଡ଼ିଗଲା । ସେ ଗତ ଦୁଇଦିନ ହେବ ସଲମାନଙ୍କର ସମସ୍ତ ଖବର ରଖୁଥିଲା । ମଇ ମାସ ପ୍ରଥମ ସପ୍ତାହରୁ ସେ ଏଭଳି କାମ କରି ଆସୁଥିଲା । ସଲମାନ ଜେଲରୁ ଫେରି ଯେବେଳେ ଫ୍ୟାନ୍ସଙ୍କ ସହିତ ହାତର ଇଶାରାରେ କଥା ହେଉଥିଲେ ସେହି ସମୟରେ ସଲମାନଙ୍କୁ ମାରିବା ପାଇଁ ସେ ମଧ୍ୟ ଫ୍ୟାନ୍ସ ହୋଇ ସେଠାରେ ଉପସ୍ଥିତ ଥିଲା । ଗୁଳି ମାରିବାର ସମସ୍ତ ପ୍ଲାନ ମଧ୍ୟ କରି ରଖିଥିଲା ।

ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ନେହରା ଧରା ପଡ଼ିଛି । କିନ୍ତୁ ଏହି ଷଡ଼ଯନ୍ତ୍ରରେ ଆଉ କେଉଁମାନେ ଅଚନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More