Only for Entertainment

ପୁଣିଥରେ ମନ ଜିଣିଲା ଦର୍ଶନ ରାୱଲଙ୍କ ରୋମାଂଟିକ୍ ମ୍ୟୁଜିକ୍ ‘ହୱା ବନକେ’

62

ପୁଣିଥରେ ମନ ଜିଣିଲା ଦର୍ଶନ ରାୱଲଙ୍କ ଗାୟିକି । ତାଙ୍କ ସୁମଧୁର ଗାୟିକି ଶୁଣିବାକୁ ମିଳିଛି ଏକ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ । ଏହି ଗୀତର ଟାଇଟେଲ୍ ରହିଛି ‘ହୱା ବନକେ’ ।

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦର୍ଶନ ରାୱଲ ପୁଣିଥରେ ଭେଟି ଦେଇଛନ୍ତି ନିଜ ଜବରଦସ୍ତ ଗାୟିକିର ନମୁନା । ଯାହା ଶୁଣିବାକୁ ମିଳିଛି ଇମୋସନାଲ୍ ମ୍ୟୁଜିକ୍ ଭିଡିଓ ‘ହୱା ବନକେ’ରେ । ଗୀତରେ ଦର୍ଶନଙ୍କ ଜବରଦସ୍ତ ଗାୟିକି ସହ ତାଙ୍କ ଅଭିନୟ ମଧ୍ୟ ସ୍ଥାନ ପାଇଛି । ଗୀତରେ ଦର୍ଶନଙ୍କ ସହ ଅଭିନେତ୍ରୀ ଆଦିତିଙ୍କୁ ଦେଖିବାକୁ ମିଳିଛି । ଜଣେ ଟୁରିଷ୍ଟ ଏବଂ ତାର ଗାଇଡ୍ ମଧ୍ୟରେ କିଭଳି ପ୍ରେମ ଆରମ୍ଭ ହୁଏ ତାହାକୁ ନେଇ ପ୍ରସ୍ତୁତ ହୋଇଛି ଗୀତଟି ।

ଇଣ୍ଡି ମ୍ୟୁଜିକ୍ ଲେବଲ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡଓରେ ଦେଖିବାକୁ ମିଳିଛି ଆକର୍ଷଣୀୟ ପିକ୍ଚରାଇଜେସନ୍ ଓ ସୁନ୍ଦର୍ ଲୋକେସନ୍ । ଏହି ମନଛୁଆଁ ଗୀତରେ ସଙ୍ଗୀତ ସହ ଲିରିକ୍ସ ର ଭାର ତୁଲାଇଛନ୍ତି ନିର୍ମାଣ । ଗୀତରେ ଦର୍ଶନଙ୍କ ସହ କଣ୍ଠଶିଳ୍ପୀ ସିମରଣଙ୍କ ଗାୟିକୀ ମଧ୍ୟ ଶୁଣିବାକୁ ମିଳିଛି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଷେକ ସିହ୍ନା । ୟୁଟୁବ୍ରେ ରିଲିଜ୍ ହୋଇଥିବା ଏହି ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More