Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଛଚିନ୍ଦ୍ରା ଚିପ୍ସ, ବଜାର ଗଲେ ଆଣିବାକୁ ଭୁଲିବେ ନାହିଁ

youtube
41

ଅଧିକାଂଶ ଛଚିନ୍ଦ୍ରା ଖାଇବାକୁ ପସନ୍ଦ କରନ୍ତି ନାହିଁ । କେହି କେହି ରାଇତା କରି ଖାଆନ୍ତି ତ ଆଉ କେହି ପିଠଉ ଏବଂ ଭଜା । କିନ୍ତୁ ଛଚିନ୍ଦ୍ରାକୁ ଯଦି ଚିପ୍ସ କରି ଖାଇବେ ତେବେ ବଜାର ଗଲେ ଏହାକୁ ଘରକୁ ଆଣିବାକୁ ଭୁଲିବେ ନାହିଁ । ଆଜ୍ଞା ହଁ କିନ୍ତୁ ଏହାକୁ ଯଦି ଆପଣ ଗରମ ଗରମ ଖାଇବେ ତେବେ ଏହାର ପ୍ରକୃତ ସ୍ୱାଦ ଜାଣିପାରିବେ ।

ଆବଶ୍ୟକୀୟ ସାମଗ୍ରୀ- ଛଚିନ୍ଦ୍ରା, କର୍ଣ୍ଣଫ୍ଲୋର, ମଇଦା, ଲୁଣ, ହଳଦୀ, ଫୁଡ କଲର,ଅଦା ଓ ରସୁଣ ବଟା ।(ଫୁଡ କଲର ନପକାଇଲେ ମଧ୍ୟ ଚଳିବ) ।

ପ୍ରଥମେ ଛଚିନ୍ଦ୍ରାକୁ ଧୋଇ ଚୋପା ଛଡ଼ାଇ ତାକୁ ଗୋଲ ଗୋଲ ପତଳା ପତଳା କରି କାଟି ଦିଅନ୍ତୁ । ଏବେ ଏକ ପାତ୍ରରେ ଗୋଲ କଟା ଛଚିନ୍ଦ୍ରା, ଅଳ୍ପ କର୍ଣ୍ଣଫ୍ଲୋର, ସମାନ୍ୟ ମଇଦା, ଲୁଣ, ହଳଦୀ ଏବଂ ଅଦା ଓ ରସୁଣ ଛେଚା ପକାନ୍ତୁ । ଏଥିରେ ଆପଣ ଲାଲ ରଙ୍ଗର ଫୁଡ କଲର ମଧ୍ୟ ମିଶାଇ ପାରିବେ । ଏବେ ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ତେଲ ଗରମ କରି ଛାଣି ଦିଅନ୍ତୁ । ଘରେ ପ୍ରସ୍ତୁତ କରି ଖାଆନ୍ତୁ ଏବଂ କିଭଳି ଲାଗିଲା ଆମକୁ କମେଂଟରେ ଜଣାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More