Only for Entertainment

ବିବାହକୁ ମଜାଦାର କରିବା ପାଇଁ ଗଧମାନଙ୍କୁ ରଂଗ ମାରି କରିଥିଲେ ଜେବ୍ରା, ପରେ ହେଲା କିଛି ଏପରି !

latestly
192

ମନୁଷ୍ୟ ନିଜ ସ୍ୱାର୍ଥ ଏବଂ ଇଚ୍ଛାକୁ ପୂରା କରିବା ପାଇଁ କିଛି ବି କରିବାକୁ ଆଉ ପଛାଉନାହାଁନ୍ତି । ଭଲ କଲେ ପ୍ରଶଂସା ମିଳିଥାଏ ଏବଂ ଖରାପ କଲେ ଅନେକ କିଛି ଶୁଣିବାକୁ ମିଳିଥାଏ । ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କିଛି ଲୋକେ ପାର୍ଟିକୁ ଆକର୍ଷଣୀୟ କରିବା ପାଇଁ ଗଧ ଗୁଡିକୁ ଜେବ୍ରା ପରି କଲର କରିଛନ୍ତି । ଏହି ଗଧ ଗୁଡିକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ଖୁବ ନିନ୍ଦା କରିଛନ୍ତି ।

ଏହି ଘଟଣା ସ୍ପାନିସ ବିଚ ଟାଉନର । ଯେଉଁଠାରେ ଏକ ବିବାହ ଆୟୋଜନ କରାଯାଇଥିଲା । ବିବାହର ଥିମ ସଫାରୀ ଉପରେ ଆଧାରିତ ଥିଲା । ବିବାହର ମାହୋଲକୁ ଅସଲି ଦେଖାଇବା ପାଇଁ ପଶୁମାନଙ୍କୁ ରଖାଯାଇଥିଲା । ଏପରି କି ଗଧ ଗୁଡିକୁ କଲର କରି ଜେବ୍ରାର ରୂପ ଦିଆଯାଇଥିଲା ।

ବିବାହରେ ଜଣେ ବ୍ୟକ୍ତି ନଜର ଏହି ଗଧ ଗୁଡିକ ଉପରେ ପଡିଥିଲା । ପରେ ବ୍ୟକ୍ତି ଜଣଙ୍କ ଆନିମଲ ରାଇଟସ ଆକ୍ଟିଭିଷ୍ଟରେ ଏହାକୁ ନେଇ ଅଭିଯୋଗ କରିଥିଲେ । ଏହା ସହିତ ଜେବ୍ରା ହୋଇଥିବା ଗଧ ଦୁଇଟିର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋ ସେୟାର କରି ସେ ଲେଖିଥିଲେ ଏହା ଗଧମାନଙ୍କ ପ୍ରତି ଅସମ୍ମାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More