Only for Entertainment

ରିଲିଜ ହେଲା ‘ଦେ ଦେ ପ୍ୟାର୍ ଦେ’ର ପ୍ରମୋସନାଲ୍ ଗୀତ ‘ହୌଲି ହୌଲି’, ଦେଖିବାକୁ ମିଳିଲା ଅଜୟ ଦେବଗନ୍, ରକୁଲପ୍ରୀତ୍ ଓ ତବୁଙ୍କ ଜଲୱା

Mid-Day
27

ରିଲିଜ ହେଲା ଆଗାମୀ ବଲିଉଡ୍ ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’ର ପ୍ରମୋସ୍ନାଲ୍ ଗୀତ ‘ହୌଲି ହୌଲି’ । ଗୀତରେ ଫିଲ୍ମର ଲିଡ୍ ଅଜୟ ଦେବଗନ୍, ରକୁଲପ୍ରୀତ୍ ଓ ତବୁଙ୍କୁ ଦେଖିବାକୁ ମିଳିଛି । କିଭଳି ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏକ ୨୫ ବର୍ଷୀୟ ସୁନ୍ଦରୀ ଯୁବତୀ ପ୍ରେମରେ ପଡିଯାଏ ତାହାକୁ ନେଇ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍ ଦେ’ ଗତିଶୀଳ ହୋଇଛି । ସିନେମାରେ ଅଜୟ ଦେବଗନଙ୍କ ପତ୍ନୀ ଚରିତ୍ରରେ ନଜର ଆସିବେ ଭର୍ସାଟାଇଲ୍ ଅଭିନେତ୍ରୀ ତବୁ ।

ରିଲିଜ ହୋଇଥିବା ଏହି ନୂଆ ଗୀତରେ ଅଜୟ ଦେବଗନ୍, ରକୁଲପ୍ରୀତ୍ ଓ ତବୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଦମଦାର୍ ମ୍ୟୁଜିକ୍ ସହ ଆକର୍ଷଣୀୟ ଲିରିକ୍ସ ଏହି ଗୀତକୁ କରିଛି ଆହୁରି ଖାସ୍ । ଗୀତରେ ଶୁଣିବାକୁ ମିଳିଛି ଗାରି ସାନ୍ଧୁ ଓ ନେହା କକ୍କରଙ୍କ ଆକର୍ଷଣୀୟ ଗାୟିକୀ । ଏହି ଟ୍ରାକରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । ଏହି ଗୀତର ଲିରିକ୍ସ ଦେଇଛନ୍ତି ତନିଷ୍କ ବାଗଚି ଓ ଗାରି ସାନ୍ଧୁ ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ କରାଯାଇଛି ଏବଂ ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଟି- ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅକିବ୍ ଅଲ୍ଲି । ୧୭ ମେ’ ରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More