Only for Entertainment

‘ଛପାକ’ରେ ଦୀପିକା ପାଦୁକୋନ, ମେଘନା ଗୁଲଜାର ସେୟାର କଲେ ପ୍ରଥମ ଫଟୋ

LatestLY
27

ଅଭିନେତ୍ରୀ ଦୀପିକା ପାଦୁକୋନ ଶେଷଥର ପାଇଁ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପହ୍ମାବତ’ରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଖୁବ ହିଟ ମଧ୍ୟ ହୋଇଥିଲା । ଏହା ପରେ ଦୀପିକାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ଏବେ ଦୀପିକା ଖୁବ ଶୀଘ୍ର ଫିଲ୍ମ ଛପାକରେ ସିଲଭର ସ୍କ୍ରିନରେ ନଜର ଆସିବେ । ଫିଲ୍ମରେ ଦୀପିକା ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମର ନିର୍ଦ୍ଦେଶକ ମେଘନା ଗୁଲଜାର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ସେଟରୁ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଏକ ହଳଦୀଆ ଦୁପଟ୍ଟା ଦେଖିବାକୁ ମିଳିଛି ଯେଉଁଥିରେ ଏସିଡର କିଛି ଛିଟା ପଡିଥିବାର ନଜର ଆସିଛି । ଏହି ଦୁପଟ୍ଟା ଫିଲ୍ମର କାହଣୀକୁ ଦର୍ଶାଉଛି । ଫିଲ୍ମ ଏଡିସ ସରଭାଇଭରଙ୍କ ଜୀବନ କାହାଣୀ ଉପରେ ଆଧାରିତ । ମେଘନା କହିଛନ୍ତି ଯେ, ଫିଲ୍ମରେ ଦୀପିକା ଏକ ଭିନ୍ନ ଭୂମିକାରେ ନଜର ଆସିବେ । ଫିଲ୍ମକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ।

 

 

View this post on Instagram

 

Prep. #chhapaak

A post shared by Meghna Gulzar (@meghnagulzar) on

ନିକଟରେ ମେଘନା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଦୀପିକା ଏସିଡ ପିଡିତା ଲକ୍ଷ୍ମୀ ଅଗ୍ରବାଲଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଦୀପିକାଙ୍କ ଭୂମିକା ତାଙ୍କର ଅନ୍ୟ ଫିଲ୍ମର ଭୂମିକା ଠାରୁ ଭିନ୍ନ ରହିବ । ଆପମଙ୍କୁ କହିରଖୁଛୁ ଯେ, ଏହି ଫିଲ୍ମ ଜରିଆରେ ଦୀପିକା ପ୍ରଡ୍ୟୁସର ଭାବେ ଡେବ୍ୟୁ କରିବେ । ଫିଲ୍ମରେ ହାଫ ଗର୍ଲଫେରଣ୍ଡ ଏବଂ ଲୁଟେରା ଫେମ ଅଭିନେତା ବିକ୍ରାନ୍ତ ମେସୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More