Only for Entertainment

ବିବାହ ପରେ ଲାଇମ୍ ଲାଇଟ୍ ଠାରୁ ଦୂରେଇ ଯିବେ କି ଦୀପିକା ! ଜାଣନ୍ତୁ କ’ଣ ରହିଛି ତାଙ୍କର ପ୍ଲାନ

DNA India
0 56

ବଲିଉଡର ଲଭ ବାର୍ଡସ୍ ରଣବୀର ସିଂ ଏବଂ ଦୀପିକାଙ୍କ ବିବାହ ଖବର ତ ଆମେ ଆପଣଙ୍କୁ ପୂର୍ବରୁ ଦେଇସାରିଛୁ । ଦୁହେଁ ଚଳିତ ବର୍ଷ ଶେଷ ଆଡକୁ ବିବାହ କରିପାରନ୍ତି । ଦୁହିଁଙ୍କ ପରିବାର ବିବାହ ତାରିଖ ମଧ୍ୟ ଫାଇନାଲ କରିସାରିଛନ୍ତି ।

ତେବେ ବିବାହ ପରେ ଦୀପିକାଙ୍କ କ’ଣ ପ୍ଲାନ ରହିଛି ତାହା ଜାଣିବା ପାଇଁ ତାଙ୍କ ପ୍ରଶଂସକ ଅନେଇ ବସିଛନ୍ତି । ତେବେ ଦୀପିକାଙ୍କ ପ୍ରଶଂସକ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିବାହ ପରେ ସେ ଅଭିନୟ ଛାଡି ଫ୍ୟାମିଲି ଲାଇଫରେ ବ୍ୟସ୍ତ ରହିପାରନ୍ତି । ଏକ କଥା ଆମେ ନୁହେଂ ବଂର ଦୀପିକା ନିଜେ ଏହି କଥା ଏକ ଇଣ୍ଟରଭ୍ୟୁରେ କହିଥିଲେ ।

Deepika-Padukone-and-Ranveer-Singh

ଡିଏନଏକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ‘ହୋଇପାରେ ମୁଁ ବିବାହ ପରେ ଆକ୍ଟିଂ ଛାଡି ଏବଂ ଲାଇମଲାଇଟ ଠାରୁ ଦୂରେ ରହି ଏକ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବି ।’ଏହା ସହିତ ସେ କହିଥିଲେ ମୋ ପାଇଁ ପରିବାର ଠାରୁ ବଡ ଆଉ କିଛି ନୁହେଁ । ପରିବାର ମହତ୍ୱ ମୋତେ ଜାଣା ।’

ଏହାସହିତ ସେ କହିଥିଲେ ତାଙ୍କୁ ବହୁତ ଗୁଡିଏ ଛୁଆ ଦରକାର । କେବେ ହେବ ମୋତେ ଜଣାନାହିଁ କିନ୍ତୁ ଏହାକୁ ନେଇ ବର୍ତ୍ତମାନ ତାଙ୍କର କୌଣସି ପ୍ଲାନ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More