Only for Entertainment

କାଷ୍ଟିଂ କାଉଚ ଉପରେ ବୟାନ ଦେଇ ବିବାଦରେ ଏହି ବଲିଉଡ ଅଭିନେତ୍ରୀ

wallpaperbetter
0 71

ବଲିଉଡ ଅଭିନେତ୍ରୀ ରକୁଲ ପ୍ରିତ ସିଂ କାଷ୍ଟିଂ କାଉଚ ଉପରେ ବୟାନ ଦେଇ ବର୍ତ୍ତମାନ ବିବାଦରେ । ଏହି ବୟାନ ଦେବା ପରେ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କୁ ବିରୋଧ କରିଛନ୍ତି ।

ସୂଚନା ଅନୁସାରେ ରକୁଲ କାଷ୍ଟିଂ କାଉଚ ଉପରେ ବୟାନ ଦେବାକୁ ଯାଇ କହିଥିଲେ ଯେ, ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ ପରି କିଛି ନାହିଁ । ଏହାପରେ ତେଲଗୁ ଅଭିନେତ୍ରୀ ଶ୍ରୀରେଡ୍ଡୀ ଏବଂ ମାଧବୀ ଲତାଙ୍କୁ ରକୁଲଙ୍କ ଏହି ବୟାନ ପସନ୍ଦ ଆସିନାହିଁ । ଏପରିକି ସେମାନେ ରକୁଲଙ୍କୁ ମିଛେଇ ବୋଲି ମଧ୍ୟ କହିଛନ୍ତି । ମାଧବୀ ଲତା କହିଛନ୍ତି ଯେ ସେ ମିଛ କହୁଛନ୍ତି ।

rakul-preet-singh1

ଖବର ଅନୁସାରେ ଏହ ଦୁଇ ଅଭିନେତ୍ରୀ କହିଛନ୍ତି ଯେ ରକୁଲଙ୍କ ଏହି ବୟାନ ପଛରେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ରହିଛି । ତାଙ୍କୁ କାଷ୍ଟିଂ କାଉଚକୁ ବିରୋଧ କରିବା ପାଇଁ ଡର ଲାଗୁଛି । ଫିଲ୍ମରେ ସୁଯୋଗ ଯଦି ନମିଳେ ସେଥିପାଇଁ ସେ ଏହାକୁ ବିରୋଧ କରୁନାହାନ୍ତି । ଏହା ସହିତ ମାଧବୀ କହିଛନ୍ତି ରକୁଲଙ୍କୁ ନୂଆ କଳାକାରଙ୍କ ମଧ୍ୟରେ ସଚେତନା ପ୍ରଚାର କରିବା ଦରକାର ଏପରି ମିଛ ଖବର ନୁହେଁ ।

ଏହା ସହିତ ଏହି ଦୁଇ ଅଭିନେତ୍ରୀ କହିଥିଲେ ଟଲିଉଡରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ କାଷ୍ଟିଂ କାଉଚ ପାଇଁ ଦାୟୀ । ରକୁଲ ସତ କହିବା ଉଚିତ ଏବଂ ସତକୁ ସହେଯାଗ କରିବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ ରକୁଲ ଚାହିଁଲେ କାଷ୍ଟିଂ କାଉଚ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ସାର୍ବଜନୀନ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ, ରକୁଲ ୨୦୧୪ରେ ଫିଲ୍ମ ‘ୟାରିୟାଁ’ରେ ବଲିଉଡ ଡେବ୍ୟୁ କରିଥିଲେ । ନିକଟରେ ତାଙ୍କୁ ସିଦ୍ଧାର୍ଥ ମଲହୋତ୍ରା ଏବଂ ମନୋଜ ବାଜପେୟୀ ଅଭିନିତ ଫିଲ୍ମ ‘ଅୟାରୀ’ରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More