Only for Entertainment

ଧର୍ମେନ୍ଦ୍ରଙ୍କ ସହିତ ଧମାକା କରିବେ ଟିକ୍ ଟକ ଷ୍ଟାର, ଭାଇରାଲ ହେଲା ଭିଡିଓ

ndtv
101

ବଲିଉଡ ଅଭିନେତ୍ରୀ ତଥା ଟିକ୍ ଟକ ଷ୍ଟାର ଏକତା ଜୈନ ଖୁବ ଶୀଘ୍ର ଅଭିନେତା ଧର୍ମେନ୍ଦ୍ରଙ୍କ ସହିତ ହରର କମେଡି ଫିଲ୍ମ ‘ଖଲି ବଲି’ରେ ନଜର ଆସିବେ । ଅଭିନେତ୍ରୀ, ଆଙ୍କର, କୋରିଓଗ୍ରାଫର ଏବଂ ଡବିଂ ଆର୍ଟଷ୍ଟ ଏରତା ଜୈନ ଜଣେ ଟିକ୍ ଟକ ଷ୍ଟାର ଏବଂ ସୋସିଆଽଲ ମିଡିଆ ଟିକ୍ ଟକରେ ତାଙ୍କର ଭିଡିଓ ଗୁଡିକ ଖୁବ ଭାଇରାଲ ହୋଇଥାଏ । ଏକତା ଏପର୍ଯ୍ୟନ୍ତ ୨୫ରୁ ଅଧିକ ସିରିଏଲରେ ଅଭିନେତ୍ରୀ ଭାବେ କାମ କରିଛନ୍ତି । ସେ ହିନ୍ଦୀ, ଇଂଗ୍ରାଜୀ, ସଂସ୍କୃତ ସିରିଏଲ ସହିତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଟିକ୍ ଟକ ଆପରେ ଏକତାଙ୍କର ୪ ଲକ୍ଷ ଫଲୋୟର୍ସ ଅଛନ୍ତି ।

 

 

View this post on Instagram

 

Meeting Dharamji again.. its always the Pleasure. #dharmendra #shayariquotes #amazing #feelings #happy #moments

A post shared by Ekta Jain (@ekujain11) on

ସରିଏଲ ପରେ ଏକତା ଏବେ ଧର୍ମେନ୍ଦ୍ରଙ୍କ ସହିତ ବଲିଉଡ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଫିଲ୍ମ ‘ଖଲି ବନଲି’ଜରିଆରେ ସେ ବଲିଉଡ ଡେବ୍ୟୁ କରିବେ । ଫିଲ୍ମକୁ ୱାନ ଏଣ୍ଟରଟେନମେଣ୍ଟ ଫିଲ୍ମ ପ୍ରଡକ୍ସନ ଏବଂ ପ୍ରାଚୀ ମୁଭିଜର କମଲ କିଶୋର ମିଶ୍ରା ଏହି ଫିଲ୍ମର ନିର୍ମାଣ କରୁଛନ୍ତି । ଏହାର ସ୍କ୍ରିପ୍ଟ ଏବଂ ନିର୍ଦ୍ଦେଶନା ଦେବେ ମନୋଜ ଶର୍ମା । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ଲକ୍ଷ୍ନୌରେ ହେବ ।

ଫିଲ୍ମ ‘ଖଲି ବଲି’ରେ ଏକତାଙ୍କ ବ୍ୟତିତ ଧର୍ମେନ୍ଦ୍ର, ମଧୁ ସିଂ, କୟନାତ ଅରୋରା, ରଜନୀଶ ଦୁଗଲ, ରୋହନ ମେହରା, ବିଜୟ ରାଜ, ରାଜପାଲ ଯାଦବ, ହେମନ୍ତ ପାଣ୍ଡେ, ଅସରାନୀ ଓ ଯସ୍ମିନ ଖାନଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More