Only for Entertainment

ଆଉ ନାହାଁନ୍ତି ଦବଙ୍ଗ ଓ ୱାଂଟେଡର ଡାଏଲଗ ରାଇଟର ।

aajtak
0 35

ବଲିଉଡର ପ୍ରସିଦ୍ଧ ଡାଏଲଗ ରାଇଟର ଜଲିସ ସେରୱାନୀ ଅସୁସ୍ଥ ଥିବା ପରେ ତାଙ୍କର ପରଲୋକ ହୋଇଛି । ଗତ ୨ ବର୍ଷ ହେବ ସେ ଖୁବ ଅସୁସ୍ଥ ଥିଲେ । ସଲମାନଙ୍କ ଅଧିକାଂଶ ଫିଲ୍ମରେ ଡାଏଲଗ ଲେଖିଥିବା ପ୍ରସିଦ୍ଧ କଳାକାର ଜଲିସ ସେରୱାନୀ ୱାଂଟେଡ,ଟାଇଗର ଜିନ୍ଦା ହୈ,ଗର୍ବ,ତୁମକୋ ନା ଭୁଲ ପାଏଙ୍ଗେ,ଦବଙ୍ଗ,ଦବଙ୍ଗ ଟୁ ଓ ହ୍ୟାଲୋ ବ୍ରଦରର ଗୀତ ମଧ୍ୟ ଲେଖିଥିଲେ ।

ସଲମାନ ଖାନଙ୍କ ଫିଲ୍ମ ବ୍ୟତୀତ ଜଲିସ ପ୍ରତିଘାତ,କନବରଲାଲ,ସଂଗ୍ରାମ,ଏକ ଥା ରାଜା ଓ ମାଫିଆ ଭଳି ଫିଲ୍ମରେ ଗୀତ ଲେଖି ପ୍ରସିଦ୍ଧ ହୋଇଥିଲେ । ତୁମକୋ ନା ଭୁଲ ପାଏଙ୍ଗେ,ହମ ତୁହ୍ମାରେ ହୈ ସନମ ଭଳି ଫିଲ୍ମ ପାଇଁ ସେ ଗୀତ ଲେଖିଥିଲେ ଏବଂ ସମସ୍ତ ଗୀତ ଖୁବ ହିଟ ମଧ୍ୟ ହୋଇଥିଲା ।

ଜଲିସଙ୍କ ଘର ଉତ୍ତର ପଦେଶର କାସଗଂଜରେ । ଜଲିସ ଫିଲ୍ମ ରାଇଟର୍ସ ଏସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ ।
କିଛି ଦିନ ଧରି ଜଲିସ ଅସୁସ୍ଥ ଥିଲେ । ତାଙ୍କ ପାଥିିବ ଶରୀର କିଛି ସମୟ ମଧ୍ୟରେ ହସ୍ପିଟାଲରୁ ି ତାଙ୍କ ନିବାସ ପାଟଲିପୁତ୍ର,ଓସିବାରା ଅନେ୍ଧରୀ ପଶ୍ଚିମ ନେଇଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More