Only for Entertainment

ଫିଲ୍ମ ‘ସୁପର-୩୦’ରୁ ବିକାଶ ବହଲଙ୍କ ଛୁଟି, ବିକାଶଙ୍କ ସ୍ଥାନ ନେବେ ଏହି ନିର୍ଦ୍ଦେଶକ ।

Bollyworm
37

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚାଲୁଥିବା ମିଠୁ କ୍ୟାମ୍ପେନ କରାଣରୁ ଅନେକ ସେଲିବ୍ରିଟିଙ୍କ ହାତରୁ ବଡ ବଡ ପ୍ରୋଜେକ୍ଟ ଚାଲିଯାଇଛି । ଏହି ତାଲିକାରେ ଏବେ ନିର୍ଦ୍ଦେଶକ ବିକାଶ ବହଲଙ୍କ ନାମ ସାମ୍ନାକୁ ଆସିଛି । ଖବର ଅନୁସାରେ ବିକାଶଙ୍କ ନାମରେ ଯୌନ ଶେଷଣରୁ ଅଭିଯୋଗ ଆସିବା ପରେ ତାଙ୍କୁ ହ୍ରିତିକଙ୍କ ଫିଲ୍ମ ‘ସୁପର-୩୦’ରୁ ବାହାର କରି ଦିଆଯାଇଛି । ଫିଲ୍ମର ନିର୍ମାତା ଏବଂ ଅଭିନେତା ହ୍ରିତିକ ରୋଶନ ନିର୍ଣ୍ଣୟ ନେଇଛନ୍ତି ଯେ ବିକାଶ ବହଲ ଏବେ ଫିଲ୍ମର ଅଂଶ ହୋଇପାରିବେ ନାହିଁ ।

କହିରଖୁଛୁ ଯେ, ଫିଲ୍ମ ସୁପର -୩୦ର ସୁଟିଂ ଏବେ ଶେଷ ହୋଇଥିବା ବେଳେ ଏହାର ପୋଷ୍ଟ ପ୍ରଡକ୍ସନ କାମ ଏବେ କବାକି ରହିଛି । ଏପରି ସ୍ଥିତିରେ ବିକାଶ ବହଲଙ୍କୁ ପ୍ରୋଜେକ୍ଟରୁ ବାହାର କରିବା ଏକ କଠିନ ନିିଷ୍ପତି ଥିଲା । ତେବେ ଫିଲ୍ମରବାକି କାମକୁ ପୂରା କରିବା ପାଇଁ ମେକର୍ସ କବିର ଖାନଙ୍କୁ ‘ସୁପର-୩୦’ ପ୍ରୋଜେକ୍ଟରେ ଏଣ୍ଟ୍ରି ଦେଇଛନ୍ତି । ବିକାଶ ବହଲଙ୍କ ସ୍ଥାନରେ ଏବେ କବିର ଖାନ ଏବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ପୂରା କରିବେ ।

ଅସଲରେ ସୁପର-୩୦କୁ ଯେଉଁ ପ୍ରଡକ୍ସନ ହାଉସ ନିର୍ମାଣ କରୁଛନ୍ତି କବିର ଖାନଙ୍କ ଆଗାମୀ ଫିଲ୍ମ ୮୩’କୁ ମଧ୍ୟ ସେହି ପ୍ରଡକ୍ସନ ହାଉସ ନିର୍ମାଣ କରିବ । ଏହି କାରଣରୁ ସୁପର-୩୦ରେ କବିର ଖାନଙ୍କୁ ସୁଯୋଗ ଦେଇଛନ୍ତି ମେକର୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More