Only for Entertainment

କାର ଧକ୍କାରେ ଗୋଡ ହରାଇଥିବା କୁକୁର ମାଟି ତଳୁ ଉଦ୍ଧାର କଲା ଜୀବିତ ନବଜାତ ଶିଶୁକୁ

the guardian
23

ଥାଇଲ୍ୟାଣ୍ଡର ଏକ ଗ୍ରାମରେ ବିକଳାଙ୍ଗ କୁକୁର ଏକ ନୀରିହ ଶିଶୁର ଜୀବନ ବଞ୍ଚାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି କୁକୁରଟିର ନାମ ପିଙ୍ଗପୋଙ୍ଗ। ଦିନେ କାର ଧକ୍କା ଖାଇବା ହେତୁ ସେ ତାର ଗୋଟେ ଗୋଡକୁ ହରାଇ ବସିଥିଲା। ବିକଳାଙ୍ଗ ହେବା ସତ୍ତ୍ୱେ ବି ସେ ଏଭଳି କାମ କରିଛି ଯେଉଁଥିପାଇଁ ଚର୍ଚ୍ଚାର ପରିସରରେ ରହିଛି ଏହି କୁକୁର।

ପିଙ୍ଗପୋଙ୍ଗ ମାଲିକଙ୍କ କହିବାନୁସାରେ ସେ ଅନେକ ସମୟ ଧରି ଗୋଟିଏ ସ୍ଥାନକୁ ଖୋଳିବାକୁ ଲାଗିଥିଲା। କିଛି ସମୟ ପରେ ତାଙ୍କ ନବଜାତ ଶିଶୁର ଗୋଡ ଦେଖିବାକୁ ମିଳିଥିଲା। ଏହାପରେ ପିଙ୍ଗପୋଙ୍ଗ ସାହାଯ୍ୟରେ ଗ୍ରାମରଲୋକେ ନବଜାତ ଶିଶୁକୁ ମାଟିତଳୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଜଣାପଡ଼ିଲା ଶିଶୁଟିର ଏଭଳି ଅବସ୍ଥା ଅନ୍ୟ କେହି ନୁହେଁ ବରଂ ତାହାର ନିଜ ମା’ ଏପରି କରିଥିଲା। ଶିଶୁର ମା’ ଅଳ୍ପ ବୟସରେ ଅନ୍ତସତ୍ତ୍ୱା ହୋଇ ଗର୍ଭବତୀ ହୋଇଯାଇ ଶିଶୁକୁ ଜନ୍ମ ଦେଇଥିଲା। ଏହାପରେ ସେ ଶିଶୁକୁ ନିଜ ଠାରୁ ଦୂର କରିବା ପାଇଁ ଗାଢ଼ ଖୋଳି ଶିଶୁକୁ ସେଠାରେ ପୋତି ଦେଇଥିଲା। ପୁଲିସରେ ଏନେଇ ମାମଲା ମଧ୍ୟ ରୁଜୁ କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More