ଡ୍ୟାନ୍ସ ଫ୍ଲୋରରେ ନିଆଁ ଲଗାଇଲେ ଦିଶା ପଟାନୀ, କିଛି ଘଣ୍ଟାରେ ୧୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଭିଡିଓ
ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ଏବେ ନିଜକର ଲାଷ୍ଟ ରିଲିଜ ଫିଲ୍ମ ‘ବିଗୀ-୨’ର ସଫଳତାକୁ ଉପଭୋଗ କରୁଛନ୍ତି । ଟାଇଗର ଏବଂ ଦିଶା ଷ୍ଟାରର ଏହି ଆକ୍ସନ ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ୨୦୧୮ରେ ଏହା ସବୁଠାରୁ ଆଧିକ ଆୟ କରିଥିବା ଫିଲ୍ମ ତାଲିକାରେ ମଧ୍ୟ ସାମିଲ ହୋଇପାରିଛି । ନିକଟରେ ଦିଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ କୋରିଓଗ୍ରାଫରଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ ମୁଭସ କରୁଥିବାର ଦେଖିବାକୁ ମିଳିଛି ।
ଦିଶାଙ୍କ ଏହି ଡ୍ୟାନ୍ସ ଭିଡିଓକୁ ୧୩ ଘଣ୍ଟାରେ ୧୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳି ସାରିଛି । ଏହି ଭିଡିଓରେ ଦିଶା ରିମିକ୍ସ ସଙ୍ଗରେ ଲକିଙ୍ଗ କରୁଥିବା ଦେଖିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ…
୨୦୧୬ରେ ‘ଏମ ଏସ ଧୋନୀ’ ଫିଲ୍ମରେ ବଲିଉଡ ଡେବ୍ୟୁ କରିଥିବା ଦିଶା ୨୦୧୭ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘କୁଙ୍ଗ ଫୁ ୟୋଗା’ରେ ମଧ୍ୟ ନଜର ଆସିଥିଲେ । ତେବେ ‘ବାଗି-୨’ ପରେ ଦିଶା ଫିଲ୍ମ ‘ସଙ୍ଘମିତ୍ରା’ରେ ନଜର ଆସିବେ ।