ସାଥୀ ସହ ମିଶି କରନ୍ତୁ ବ୍ୟାୟାମ , ଶରୀର ସହ ମନ ମଧ୍ୟ ରହିବ ସୁସ୍ଥ ।
ଯଦି ଆପଣଙ୍କ ସାଥୀ ଏବଂ ଆପଣ ଦୁହେଁ ହେଲ୍ଦି ଲିଭିଙ୍ଗ ଏବଂ ଫିଟନେସକୁ ନେଇ ଖୁବ ସଚେତନ , ତେବେ ମର୍ଣ୍ଣିଂ ୱାକ ଏବଂ ବ୍ୟାୟାମ କଲା ବେଳେ ଏକା କାହିଁକି କରୁଛନ୍ତି । ଦୁହେଁ ସାଥୀ ହୋଇ ଏହିସବୁ କରନ୍ତୁ । ଯାହାଫଳରେ ଅନେକ ଫାଇଦା ମିଳିବ । ଏହାଦ୍ୱାରା ଆପଣଙ୍କ ସମ୍ପର୍କ ମଧ୍ୟ ମଜଭୂତ ହେବ ।
-ବ୍ୟାୟାମ କଲେ ଆମର ସକାରାତ୍ମକ ଚିନ୍ତାଧାରା ବଢ଼େ। ଆତ୍ମବିଶ୍ୱାସ ବି ବଢ଼େ। ପାର୍ଟନରଙ୍କ ସହିତ ମିଶି ବ୍ୟାୟାମ କଲେ ଆପଣଙ୍କ ଶରୀରକୁ ମିଳୁଥିବା ଫାଇଦା ଆପଣଙ୍କ ସଂପର୍କରେ ପ୍ରତିଫଳିତ ହେବ। ସେଥିରୁ ଗୋଟିଏ ହେଉଛି ପରସ୍ପର ପ୍ରତି ଆକର୍ଷଣ। ସହଜରେ କହିବାକୁ ଗଲେ ସାଙ୍ଗ ହୋଇ ବ୍ୟାୟାମ କଲେ ଦୁଇ ଜଣଙ୍କ ମଧ୍ୟରେ ଉତ୍ସାହ ଓ ଜୋଶ୍ ବଢ଼େ।
-ଆପଣ ସକାଳେ ଏକୁଟିଆ ଚାଲିବାକୁ ଗଲେ ଶରୀର ଓ ମନକୁ ଯେତିକି ଫାଇଦା ମିଳେ ସାଙ୍ଗରେ ପାର୍ଟନର ଥିଲେ ତାହା ଦ୍ୱଗୁଣିତ ହୁଏ।
-ଏକତ୍ର ବ୍ୟାୟାମ କଲେ ଆପଣଙ୍କ ମଧ୍ୟରେ ଥିବା ଦୂରତା ହଟି ଯିବ ଓ ଭଲ ପାଇବା ବଜାୟ ରହିବ।
-ଏହାଦ୍ୱାରା ଆପଣମାନଙ୍କ ମଧ୍ୟରେ ଭାବନାତ୍ମକ ସଂପର୍କ ଦୃଢ଼ ହେବ।