Only for Entertainment

ସାବଧାନ : ଭିକାରୀକୁ ଭୂଲରେ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରନ୍ତି ଦରିଦ୍ର

primalexistence.com
0 60

ଆପଣଙ୍କ ଘର ପାଖରେ ହେଉ , ମନ୍ଦିର ହେଉ କିମ୍ବା ମସଜିଦ ହେଉ ଏବଂ ବଜାରରେ ମଧ୍ୟ ଭିକାରୀ ଦେଖିବାକୁ ମିଳନ୍ତି । ଆପଣ ଏମାନଙ୍କୁ ଦେଖିବା କ୍ଷଣି କିଛି ଚିନ୍ତା ନକରି ଭିକ ଦେଇ ଦିଅନ୍ତି । ଆପଣ ଏହି ସବୁ ଭିତରେ ଏହା ଆପଣଙ୍କ ପାଇଁ ଭଲ କି ଖରାପ ଚିନ୍ତା କରନ୍ତି ନାହିଁ । ତେବେ ଆଜି ଆମେ ବାସ୍ତୁ ଅନୁସାରେ କେଉଁ ଜିନିଷ ଭିକାରୀକୁ ଦେବା ଦ୍ୱାରା ଆପଣଙ୍କର କଣ କ୍ଷତି ହେବ ବତାଇବୁ । କେବଳ ସେତିକି ନୁହେଁ ଏହା ଦେବା ଦ୍ୱାରା ଆପଣ ଦରିଦ୍ର ହୋଇପାରନ୍ତି । ତେଣୁ ଆପଣୁଙ୍କର ଏହା ଜାଣିବା ନିହାତି ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା ଏହି ବାସ୍ତୁ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଶାସ୍ତ୍ରରେ ଏହା କୁହାଯାଇଛି ଯେ ଅତି ଆବଶ୍ୟକ କରୁଥିବା ବ୍ୟକ୍ତିକୁ ସାହାଯ୍ୟ କର । ଯଦି ଆପଣ ଛୋଟ ଛୋଟ କଥାରେ ହାତ ପତାଉଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛନ୍ତି ତେବେ ଆପଣ ତାଙ୍କୁ କର୍ମଠ ବନିବାରେ ସାହାଯ୍ୟ କରୁଛନ୍ତି । ଭିକାରୀକୁ ଟଙ୍କା ଦିଅନ୍ତୁ ନାହିଁ । କାରଣ ଧନ ସମ୍ପତ୍ତିରେ ଲକ୍ଷ୍ମୀ ବାସ କରନ୍ତି ଯଦି ଆପଣ ଏହା ଦାନ କରିବେ ତେବେ ଆପଣଙ୍କ ପାଖରୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାଲିଯିବ । ଏହାଦ୍ୱାରା ଆପଣ ଦରିଦ୍ର ହୋଇଯିବେ । ସେହି କାରଣରୁ ଆପଣଙ୍କ ପାଖେ ମଧ୍ୟ ଟଙ୍କା ପଇସାର ସମସ୍ୟା ଆରମ୍ଭ ହେବ ଏବଂ ଏଥିପାଇଁ ଆପଣ ଚିନ୍ତା ଘେରରେ ବୁଡି ରହିବେ । ତେଣୁ ଆପଣ ଭିକାରୀଙ୍କୁ ଟଙ୍କା ପଇସା ଦିଅନ୍ତୁ ନାହିଁ । ଆପଣ ଭିକାରୀକୁ ଟଙ୍କା ପଣସା ବଦଳରେ ଖାଇବାକୁ ଦେଇ ପାରନ୍ତି ଯାହାଦ୍ୱାରା ତାର ଭୋକ ମେଂଟି ପାରିବ । ଏହାସହ ଭିକାରୀକୁ ଆପଣ ପୋଷାକ ପତ୍ର ପ୍ରଦାନ କରିପାରିବେ । ଏହାଦ୍ୱାରା ଆପଣ ପୁଣ୍ୟ ପ୍ରାପ୍ତ କରିପାରିବେ ଏବଂ ଏହାଦ୍ୱାରା ଭିକାରୀର ମଧ୍ୟ ଳାଭ ହେବ । ତେଣୁ ଯଦି ଆପଣ ଭିକାରୀକୁ ସାହାଯ୍ୟ କରିବା ପାଇଁ ଚାହୁଛନ୍ତି ତେବେ ଖାଦ୍ୟ ଏବଂ ବସ୍ତ୍ର ଦାନ କରି ସହାୟତା କରନ୍ତୁ । ଏହାଦ୍ୱାରା ଆପଣଙ୍କର କ୍ଷତି ହେବ ନାହିଁ ଏବଂ ଭିକାରୀର ମଧ୍ୟ ଲାଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More