Only for Entertainment

ଏହି ୩ ଶ୍ରେଣୀର ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଅନୁଚିତ !

ecbc
46

ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ କେଉଁ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ଅନୁଚିତ। ସେମାନଙ୍କୁ ସାହାଯ୍ୟ କଲେ ଆପଣ ନିଜେ ଅସୁବିଧାରେ ପଡ଼ିପାରନ୍ତି।

ସାହାଯ୍ୟ କରିବା ଏକ ଭଲ ଗୁଣ ନିଶ୍ଚୟ। ମାତ୍ର ଚାଣକ୍ୟଙ୍କ କହିବା ମୁତାବକ ନଷ୍ଟ ଚରିତ୍ରର ନାରୀମାନଙ୍କୁ କେବେ ବି ସାହାଯ୍ୟ କରନ୍ତୁ ନାହିଁ। ସେମାନଙ୍କ ସମାଜରେ ସେତେଟା ଇଜ୍ଜତ ନଥାଏ ଯେହେତୁ ତାଙ୍କ ସହ ଘନିଷ୍ଠତା ଆପଣଙ୍କ ସମ୍ମାନହାନୀ ଘଟାଇପାରେ।

ନିଶାଖୋର୍‌ ଲୋକମାନଙ୍କୁ ବି ସାହାଯ୍ୟ କରିବା ଆପଣଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ସେମାନେ ଆପଣଙ୍କ ସାହାଯ୍ୟର ଭୁଲ୍‌ ଫାଇଦା ଉଠାଇ ପାରନ୍ତି। ତା’ଛଡ଼ା ସେମାନେ ଯେହେତୁ ଅଧିକାଂଶ ସମୟରେ ଅସ୍ୱାଭାବିକ ଅବସ୍ଥାରେ ଥାଆନ୍ତି ସେ କେବେ ସାହାଯ୍ୟର ମୂଲ୍ୟ ବୁଝନ୍ତି ନାହିଁ।

ବୁଦ୍ଧିହୀନଙ୍କୁ ସାହାଯ୍ୟ କରିବା ନିଜର ବୋକାମୀ ହୋଇଥାଏ ବୋଲି ଚାଣକ୍ୟ କହି ଯାଇଛନ୍ତି। ଯେହେତୁ ବୁଦ୍ଧି କମ୍‌ ଥାଏ, ସେମାନେ ଆପଣଙ୍କ ସାହାଯ୍ୟକୁ ବି ସ୍ୱାର୍ଥ ଭାବି ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି। ତେଣୁ ସେମାନଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More