Only for Entertainment

ଅଣ୍ଡା ଆମିଷ କି ନିରାମିଷ, ଜାଣନ୍ତି କି?

livestrong
0 46

ପ୍ରଥମେ ଅଣ୍ଡା ନା କୁକୁଡା, ଅଣ୍ଡା ଆମିଷ କି ନିରାମିଷ ? ଦୁନିଆରେ ଏମିତି ଅନେକ ପ୍ରଶ୍ନ ଘୁରି ବୁଲୁଛି। ଯାହାର ଜବାବ ଏଯାବତ୍‌ ମିଳି ନାହିଁ। ଏହାକୁ ନେଇ ବିଭିନ୍ନ ପ୍ରକାର ବିଚାର ଶୁଣିବାକୁ ମିଳେ। ତେବେ ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ବାହାର କରି ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି।

ଶାକାହାରି ଲୋକମାନେ ଅଣ୍ଡାକୁ ଆମିଷ ବୋଲି କହି ଖାଇ ନଥାଆନ୍ତି। ସେମାନଙ୍କ ତର୍କ ହେଉଛି, କୁକୁଡା ଅଣ୍ଡା ଦେଇଥାଏ। ଏଥିପାଇଁ କୁକୁଡା ଆମିଷାଶୀ ହେବା ହେତୁ ଅଣ୍ଡା ବି ଆମିଷ ବୋଲି ଧରାଯାଇଥାଏ। କିନ୍ତୁ ବିଜ୍ଞାନ ଅନୁଯାୟୀ, ଦୁଗ୍ଧ ବି ତ ପଶୁଙ୍କ ଠାରୁ ଆସୁଛି। ତେବେ ତାହା କିପରି ଶାକାହାରୀ ଖାଦ୍ୟରେ ଯାଉଛି?

o1JQgDK7R70fdgv2ChFA_baked eggs

 

ଅନେକ ଲୋକଙ୍କ ଧାରଣା ଥାଏ କି ଅଣ୍ଡାରୁ କୁକୁଡା ଛୁଆ ଜନ୍ମ ନେଉଥିବାରୁ ଏହା ଆମିଷ। କିନ୍ତୁ ଆମେ ଜଣାଇ ଦେବାକୁ ଚାହୁଁଛୁ ବଜାରରେ ବିକ୍ରି ହେଉଥିବା ଅଣ୍ଡାରୁ ଅଧିକାଂଶ ଅଣ୍ଡା ଅନଫର୍ଟିଲାଇଜଡ୍ ହୋଇଥାଏ। ଏହାର ଅର୍ଥ ଏହି ଅଣ୍ଡାରୁ କେବେ କୁକୁଡା ଛୁଆ ଜନ୍ମ ନେଇ ପାରିବେ ନାହିଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଅଣ୍ଡା ନିରାମିଷ ଖାଦ୍ୟ ହୋଇଥାଏ।

ଅଣ୍ଡାରେ ତିନିଟି ଲେୟାର ହୋଇଥାଏ। ପ୍ରଥମଟି ଚୋପା, ଦ୍ୱିତୀୟ ଅଣ୍ଡାର ଧଳା ଅଂଶ ଓ ତୃତୀୟରେ ହଳଦିଆ ଅଂଶ ରହିଥାଏ। ଅଣ୍ଡାକୁ ନେଇ କରାଯାଇଥିବା ଗବେଷଣା ମୁତାବକ, ଅଣ୍ଡାର ଧଳା ଅଂଶରେ କେବଳ ପ୍ରୋଟିନ୍‌ ରହିଥାଏ। ଏଥିରେ ପଶୁଙ୍କ କୌଣସି ଅଂଶ ସାମିଲ ନଥାଏ। ଏଥିପାଇଁ ଅଣ୍ଡାର ଧଳା ଅଂଶ ନିରାମିଷ ହୋଇଥାଏ। ସେହିପରି ଅଣ୍ଡାର ହଳଦିଆ ଅଂଶରେ କୋଲେଷ୍ଟ୍ରୋଲ ଓ ଫ୍ୟାଟ୍ ସାମିଲ ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More