Only for Entertainment

ଏହି ଅଭିନେତାଙ୍କ ବିବାହ ପରେ ବିବାହ କରିବେ ଏକତା କପୁର,ଜାଣନ୍ତୁ ସେ କିଏ? ।

youtube
0 79

ବଲିଉଡର ଏବେ ବିବାହର ସିଜିନ ଚାଲିଛି । ଆସନ୍ତା କାଲି ସୋନମ କପୁରଙ୍କ ବିବାହ । ଏହାପରେ ତାଙ୍କ ଫିଲ୍ମ ବୀରେ ଦି ୱେଡିଙ୍ଗ ରିଲିଜ ହେବ । ୪ଟି ଝିଅଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି । ଫିଲ୍ମର ସବୁଠାରୁ ଖାସ କଥା ହେଉଛିଯେ ଏହାର ପ୍ରଡ୍ୟୁସର୍ସଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କ ନାମ ସାମିଲ ଅଛି । ସେମାନଙ୍କ ମଧ୍ୟରୁ ଏକତା କପୁର ଜଣେ । ଏକତା କପୁର ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ସେ କେବେ ଏବଂ କାହାକୁ ବିବାହ କରିବେ । କିନ୍ତୁ ଏକତା ଏପର୍ଯ୍ୟନ୍ତ ଅଫସିଆଲ ଘୋଷଣା କରିନାହାଁନ୍ତି ।

ଏବେ ଯେତେବେଳେ ଏକତାଙ୍କୁ ବିବାହ ବିଷୟରେ ପଚରାଗଲା ସେ ଖୁବ ମଜାଦାର ଭାବରେ କହିଲେ ସେ ସଲମାନଙ୍କ ବିବାହର ଦୁଇ ବର୍ଷ ପରେ ବିବାହ କରିବେ ।

ଯେତେବେଳେ ସୋନମଙ୍କ ବିବାହ ବିଷୟରେ ତାଙ୍କୁ ପଚରାଗଲା ସେ କହିଲେ ସୋନମ ଏବଂ ମୋର ସରନେମ କେବଳ ଗୋଟିଏ । କିନ୍ତୁ ଆମ ଦୁଇଜଣ ରିଲେଟିଭ ନୁହେଁ । ତେବେ ମୋ ଫିଲ୍ମର ପ୍ରଡ୍ୟୁସର ତାଙ୍କ ଭଉଣୀ ବିବାହରେ ବ୍ୟସ୍ତ ଅଛନ୍ତି । ମୁଁ କେବଳ ସୋନମଙ୍କୁ ଶୁଭକାମନା ଦେଉଛି । ସୋନମଙ୍କ ଭଉଣୀଙ୍କ ନାମ ହେଉଛି ରିୟା କପୁର । ସେ ମଧ୍ୟ ବିରେ ଦି ୱେଡିଙ୍ଗ ଫିଲ୍ମର ଜଣେ ପ୍ରଡ୍ୟୁସର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More