Only for Entertainment

ୟେ ହୈ ମୋହବତେର ସ୍ପିନ ଅଫରେ ନଜର ଆସିବେ ଏହି ଅଭିନେତ୍ରୀ । ନେବେ ଦିବ୍ୟାଙ୍କାଙ୍କ ସ୍ଥାନ ।

youtube
0 45

ଟିଭି ଅଭିନେତ୍ରୀ ଏରିକା ଫର୍ଣ୍ଣାଡିଜ ‘କୁଛ ରଙ୍ଗ ପ୍ୟାର କେ ଏସା ଭି’ରେ ସେ ଡେବ୍ୟୁ କରିଥଲେ । ସୋନାକ୍ଷୀ ଚରିତ୍ରରେ ଅଭିନୟ କରି ସେ ଖୁବ ଜନପ୍ରିୟତା ହାସଲ କରି ପାରିଛନ୍ତି । ଖୁବ ଶୀଘ୍ର ସେ ଟିଭି ପରଦାକୁ ଫେରିପାରନ୍ତି । ସୂଚନା ଅନୁସାରେ ସେ ‘ୟେ ହୈ ମୋହବତେ’ର ସ୍ପିନ ଅଫ ‘ୟେ ହୈ ଚାହତେ’ରେ ନଜର ଆସିବେ ।

ଏହି ଶୋ’ରେ ଏରିକା ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଶୋ ଏକତା କପୁରଙ୍କ ଦ୍ୱତୀୟ ସ୍ପିନ ଅଫ ହେବ । ଏହା ପୂର୍ବରୁ ଏକତା କୁମ କୁମ ଭାଗ୍ୟର ସ୍ପିନ ଶୋ କୁଣ୍ଡଳୀ ଭାଗ୍ୟ ଆରମ୍ଭ କରି ସାରିଛନ୍ତି । ୨ଟି ଶୋ ଟିଆରପି ରେଟରେ ୫ମ ସ୍ଥାନରେ ଅଛନ୍ତି । ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ଏହିଥର ଏକତା ଆଉ ଏକ ଶୋ ନେଇ ଆସୁଛନ୍ତି । ଏହା କେତେ ହିଟ ହେବ ତାହା ପରେ ଜଣାପଡ଼ିବ । ତେବେ ଏରିକାଙ୍କୁ ପୁଣିଥରେ ଦେଖିବା ପାଇଁ ଦର୍ଶକ ଖୁବ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More