Only for Entertainment

ପ୍ରଥମ ଥର ଶାହରୁଖ୍ ଖାନଙ୍କ ସହ ନାୟିକାଭାବେ ନଜର ଆସିବେ ଏହି ଅଭିନେତ୍ରୀ

bollywoodbubble
58

୨୦୧୮ରେ ମୁକ୍ତିଲାଭ କରିଥିବା ସିନେମା ‘ଜିରୋ’ ଫ୍ଲପ୍ ହେବାପରେ ଶାହରୁଖ୍ ଖାନ୍ ଖୁବ୍ ସତର୍କ ହୋଇଯାଇଛନ୍ତି। ଏହି କାରଣରୁ ସେ କେଉଁ ନୂଆ ସିନେମାରେ କାମ କରିବାକୁ ଯାଉଛନ୍ତି ସେନେଇ କିଛି ସୂଚନା ଦେଉନାହାନ୍ତି। ଏହାଭିତରେ ଫିଲ୍ମ ‘ସାଲ୍ୟୁଟ୍’କୁ ନେଇ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟଛନ୍ତି ଶାହରୁଖ୍ ।

ଏଥିରେ ଶାହରୁଖଙ୍କ ନାୟିକା ଭୂମିକା ଲାଗି ବହୁ ଦିନ ଧରି ସନ୍ଧାନ ଜାରି ରଖିଥିଲେ ପ୍ରଯୋଜକ। ଏବେ ଶୁଣିବାକୁ ମିଳିଛି ଯେ,ଏହି ଫିଲ୍ମରେ ନାୟିକା ଭୂମିକା ଲାଗି ଫାତିମା ସନା ଶେଖଙ୍କୁ ବଛାଯାଇଛି। ତେବେ ଏହାକୁ ନେଇ କୌଣସି ବିଧିବଦ୍ଧ ଘୋଷଣା ଏପର୍ଯ୍ୟନ୍ତ ହୋଇ ନଥିବା ବେଳେ ଖୁବ ଶୀଘ୍ର ଏନେଇ ଘୋଷଣା ହେବ ବୋଲି ଜଣାପଡ଼ିଛି।

ସୂଚନା ଥାଉ ଯେ, ଫାତିମା ନିକଟରେ ଶାହରୁଖଙ୍କ ସହ କାମ କରିବା ଲାଗି ନିଜର ଇଚ୍ଛା ପ୍ରକାଶ କରିଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଶାହରୁଖଙ୍କ ପାଖରେ ସେ ନର୍ଭସ ହୋଇଗଲେ ମଧ୍ୟ ତାଙ୍କ ସହ ଅଭିନୟ କରିବା ଲାଗି ଉତ୍କଣ୍ଠିତ ଅଛନ୍ତି । ‘ସାଲ୍ୟୁଟ୍’ରେ ଶାହରୁଖ୍ ଖାନ୍ ଜଣେ ଏୟାର ଫୋର୍ସ ଅଧିକାରୀ ରାକେଶ ଶର୍ମାଙ୍କ ଭୂମିକାରେ ନଜର ଆସିବେ ଯିଏକି ପରେ ଭାରତର ପ୍ରଥମ ମହାକାଶଚାରୀ ହେବାର ଗୌରବ ଅର୍ଜନ କରିଥିଲେ।

ମହେଶ ମଥାଇ ‘ସାଲ୍ୟୁଟ୍’ର ନିର୍ଦ୍ଦେଶକ ଏବଂ ସିଦ୍ଧାର୍ଥ ରୟ କପୁର ଏବଂ ରୋନି ସ୍କ୍ରୁଓ୍ୱାଲା ଏହାର ପ୍ରଯୋଜକ। ଆଗାମୀ ଫେବ୍ରୁଆରି ମାସରେ ଏହାର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More