Only for Entertainment

ଗୋଲାପି ଓଠ ପାଇଁ କରନ୍ତୁ ଏହି ଘରୋଇ ଉପଚାର

67

ମହିଳାଙ୍କ ଓଠରୁ ହିଁ ସୌନ୍ଦର୍ଯ୍ୟତା ଜାଣି ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ଯୁବତୀ ଓ ମହିଳା ସେମାନଙ୍କର ଓଠକୁ ସୁନ୍ଦର ରଖିବା ପାଇଁ ଅନେକ ଉପାୟ କରିଥାନ୍ତି । କିନ୍ତୁ ବଜାରରେ ମିଳୁଥିବା ଅନେକ ସାମଗ୍ରୀ ବ୍ୟବହାର କରିବା ପରେ ବି କିଛି ମହିଳାଙ୍କ କ୍ଷେତ୍ରରେ କୌଣସି ଫରକ ପଡିନଥାଏ । ବରଂ ଓଠ ଅଧିକ କଳା ଦେଖାଯାଇଥାଏ । ଆଜି ଆମେ ଆପଣଙ୍କୁ ଏହି କଳା ଓଠକୁ ଗୋଲାପି କରିବାର କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା..

ଓଠ ପାଇଁ ଡାଳିମ୍ବ ଖୁବ୍ ଲାଭଦାୟକ । ଏହା ଓଠକୁ ମଇଶ୍ଚରାଇଜ୍ କରିଥାଏ । ସେଥିପାଇଁ ଡାଳିମ୍ବ ମଞ୍ଜିକୁ ପେଷ୍ଟ କରି ସେଥିରେ ସାମାନ୍ୟ ଖୀର ଏବଂ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ହାଲୁକାରେ ଓଠରେ ଘଷିବା ଦ୍ୱାରା ଫାଇଦା ହୋଇଥାଏ ।

ଓଠର ଡେଡ୍ ସ୍କିନ୍ ହଟିବା ଦ୍ୱାରା ବି କଳାପଣ ଦୂର ହୋଇଥାଏ । ଚିନିକୁ ଗୁଣ୍ଡ କରି ସେଥିରେ କିଛି ଘିଅ ମିଶାଇ ଓଠରେ ଲଗାନ୍ତୁ । ସପ୍ତାହରେ ଗୋଟେ ଥରେ ଏଭଳି କରିବା ଦ୍ୱାରା ଓଠ କୋମଳ ରହିଥାଏ ।

ଲେମ୍ବୁର ପ୍ରୟୋଗ ସର୍ବଦା କଳାଦାଗ ହଟାଇବା ପାଇଁ କରାଯାଇଥାଏ । ଆପଣ ଓଠରେ ଲେମ୍ବୁ ମଧ୍ୟ ବ୍ୟବହାର କରି ପାରିବେ । ଏଭଳି ନିୟମିତ କରିବା ଦ୍ୱାରା ବହୁତ ଶୀଘ୍ର କଳାଦାଗ ଦୂର ହୋଇଥାଏ ।

ଗୋଲାପରେ ୩ଟି ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ରହିଛି । ଏହା ଆରାମ, ଥଣ୍ଡା ଏବଂ ମଇଶ୍ଚରାଇଜର ଭଳି କାମ କରିଥାଏ । ଗୋଲାପ ପାଖୁଡା ଓଠକୁ ମଇଶ୍ଚରାଇଜ କରିବା ସହ କଳାପଣ ଦୂର କରି ଗୋଲାପି କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More