କେଶ ଝଡ଼ିବାରୁ ମୁକ୍ତି ଦିଏ ମେଥି ।
ମେଥି ଶରୀରରୁ ବିଷାକ୍ତ ପଦାର୍ଥବାହାର କରି ବୃକକକୁ ସୁସ୍ଥ ରଖିଥାଏ। ଏହା ଛଡ଼ା ଏହା ଅମ୍ଳପିତ୍ତ ଭଳି ଏସିଡ଼ିଟିରୁ ମଧ୍ୟ ମୁକ୍ତି ଦେଇଥାଏ। ମେଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ରହିଛି । ମେଥିରୁ କ୍ୟାରୋଟିନ୍,କପର,ଜିଙ୍କ୍,ସୋଡ଼ିୟମ୍,ଫଲିକ୍ଏସିଡ଼୍ ଏବଂ ମ୍ୟାଗ୍ନେସିୟମ୍ ଆଦି ମିଳିଥାଏ।
ଯେଉଁମାନେ ଉକ୍ତ ରକ୍ତଚାପରେ ଚିନ୍ତିତ ଅଛନ୍ତି ସେମାନଙ୍କପାଇଁ ମେଥି ଅତ୍ୟନ୍ତ ଲାଭଦାୟକ। ରାତିରେ ମେଥିକୁ ବତୁରାଇ ରଖନ୍ତୁ ଏବଂ ପର ଦିନ ୫ଗ୍ରାମ ସକାଳେ ଏବଂ ସନ୍ଧ୍ୟାରେ ଖାଇବା ଉଚିତ୍। ଏହା ଦ୍ବାରା ଠିକ୍ ଭାବେ ରକ୍ତ ସଞ୍ଚାରିତ ହେବା ସହ ରକ୍ତଚାପରୁ ମୁକ୍ତି ମିଳିଥାଏ। ତ୍ୱଚା ଏବଂ ବାଳ ଯେପରିକି ବ୍ରଣ ସମସ୍ୟା ଏବଂ ବାଳ ଝଡ଼ିବା ମେଥିକୁ ବାଟି ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ। ଏହା ଦ୍ୱାରା ବାଳ ମଜବୁତହେବ ।
ଅର୍ଶ ଏକ ଏପରି ରୋଗ ଯାହା ଦ୍ୱାରା ରୋଗୀଭୀଷଣ କଷ୍ଟ ପାଇଥାଏ। ମେଥି ଏବଂ ସୋୟାକୁ ରାତିରେ ବତୁରାଇ ଏହାର ପାଣିକୁ ପିଇବା ଦ୍ୱାରା ଅର୍ଶରୁ ଉପଷମ ମିଳିଥାଏ। ଡ଼ାଇବେଟିସ ବା ସୁଗାର ପାଇଁ ଆପଣ ଚିନ୍ତିତ ଥିଲେ ମେଥିର ବ୍ୟବହାର କରନ୍ତୁ । ଏଥିରେ ଥିବା ସାଲ୍ୟୁବଲ୍ ଫାଇବରସ୍ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିଥାଏ।
ମେଥି ଅସ୍ଥିଜନିତ ସମସ୍ୟାରୁ ମଧ୍ୟ ମୁକ୍ତିଦେଇଥାଏ। ରାତିରେ ବତୁରାହୋଇଥିବା ମେଥିର ଗୁଣ ଆହୁରି ବଢ଼ିଯାଇଥାଏ ଏଥିପାଇଁ ଏହାକୁ ବତୁରାଇ ଖାଇବା ଦ୍ୱାରା ରୋଗରୁ ଉପଶମ ମିଳିଥାଏ। ମେଥି ବହୁତ ଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିଥାଏ। ରାତିରେ ବତୁରା ହୋଇଥିବା ମେଥି ପାଣିକୁ ଯଦି ଆପଣ ସକାଳେ ପିଇବେ ତାହେଲେ ଆପଣଙ୍କ ଓଜନ କମିବ ।
ମେଥିକୁ ରାତିରେ ବତୁରାଇ ରଖି ସକାଳେ ଖାଲି ପେଟରେ ଚୋବାଇ ଚୋବାଇ ଖାଆନ୍ତୁ ଏବଂ ସେହି ପାଣିକୁ ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟସମସ୍ୟାରୁ ଫାଇଦା ମିଳିଥାଏ।