Only for Entertainment

ଫିଲ୍ମ ‘୮୩’ : ରଣବୀର ସିଂଙ୍କ ପ୍ରଥମ ଲୁକ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ, କହିଲେ ‘ସବୁ ଆକ୍ଟର୍ସଙ୍କ ବାପା’

NewsX
36

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଷ୍ଟାରର ଫିଲ୍ମ ‘୮୩’ର ପ୍ରଥମ ପୋଷ୍ଟର ନର୍ମାତା କିଛି ସମୟ ପୂର୍ବରୁ ରିଲିଜ କରିଛନ୍ତି । ରଣବୀର ସିଂଙ୍କ ଜନ୍ମଦିନରେ ନର୍ମାତା ଫିଲ୍ମ ‘୮୩’ରେ ତାଙ୍କର ପ୍ରଥମ ଲୁକକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି ।

ଫିଲ୍ମ ‘୮୩’ର ପ୍ରଥମ ପୋଷ୍ଟର ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରଣବୀର ସିଂ ଯେଉଁଭଳି ଭାବେ କପିଲ ଦେବଙ୍କ ଚରିତ୍ରକୁ ସୁନ୍ଦର ଭାବେ ନିଜ ଭିତରେ ଆଣିଛନ୍ତି ତାହାକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ଫିଲ୍ମର ପୋଷ୍ଟର ରିଲିଜ ହେବାର ମାତ୍ର କିଛି ଘଣ୍ଟା ହିଁ ହୋଇଛି ଏହି ସମୟ ମଧ୍ୟରେ ଫ୍ୟାନ୍ସଙ୍କ କମେଣ୍ଟ ବର୍ଷା ଲାଗି ରହିଛି ।


କମେଣ୍ଟ କରି ଲୋକ କହିଛନ୍ତି, ରଣବୀର ନୂଆ ପିଢିର ପ୍ରତିଭାଶାଳୀ କଳାକାର । ତ ଅନ୍ୟ କେହି ଲେଖିଛନ୍ତି, ସବୁ କଳାକାରଙ୍କ ବାପା । ଜାରି କରାଯାଇଥିବା ଏହି ପୋଷ୍ଟରରେ ରଣବୀର ଅବିକଳ କପିଲ ଦେବଙ୍କ ପରି ଦେଖାଯାଉଛନ୍ତି । ଫଟୋକୁ ପ୍ରଥମଥର ଦେଖିଲେ ଆପଣ ନଶ୍ଚିତ ଧୋକା ଖାଇଯିବେ ।

ଫିଲ୍ମ ‘୮୩’କୁ କବିର ଖାନ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମ ୧୯୮୩ କ୍ରିକେଟ ବିଶ୍ୱକପ ଉପରେ ଆଧାରିତ । ଫିଲ୍ମରେ ରଣବୀର ସିଂ ପତ୍ନୀ ଭୂମିକାରେ ଦୀପିକା ପାଦୁକୋନ ନଜର ଆସିବେ । ଫିଲ୍ମ ୧୦ ଏପ୍ରିଲ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More