Only for Entertainment

ରିଲିଜ ହେବା ମାତ୍ରେ ଇଂଟରନେଟରେ ଲିକ ହେଲା ଠଗ୍ସ ଅଫ ହିନ୍ଦୋସ୍ତାନ ।

youtube
47

ଆମୀର ଖାନଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ ୮ ନଭେମ୍ବରକୁ ରିଲିଜ ହୋଇ ସାରିଛି । ମଲ୍ଟିଷ୍ଟାରର ଏହି ଫିଲ୍ମକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି ।ଏହା ରିଲିଜ ହେବାର କିଛି ଘଂଟା ପରେ ଫିଲ୍ମ ଲିକ ହୋଇଯାଇଛି ।ପାଇରେସି ପାଇଁ ପ୍ରସିଦ୍ଧ ୱେବସାଇଟ ତାମିଲ ରକର୍ସରେ ଲିକ କରାଯାଇଛି ।ୱେବସାଇଟରେ ଏହାକୁ ତିନୋଟି ଭାଷାରେ ଏଚଡି କ୍ୱାଲିଟିରେ ଅପଲୋଡ କରାଯାଇଛି ।ଫ୍ୟାନ୍ସ ତାମିଲ ଫିଲ୍ମ ପ୍ରଡ୍ୟୁସର୍ସ କାଉନସିଲକୁ ଲିକ ବିରୁଦ୍ଧରେ ଆକ୍ସନ ନେବାକୁ ଦାବି କରିଛନ୍ତି ।

ଠଗ୍ସ ପୂର୍ବରୁ ଦକ୍ଷିଣୀ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ସରକାରକୁ ମଧ୍ୟ ଲିକ କରାଯାଇଥିଲା । ଦାବି ପରେ କାଉନସିଲର ଥିଏଟର ମାଲିକଙ୍କୁ ହଲ ଭିତରକୁ ମୋବାଇଲ ଏବଂ କ୍ୟାମେରା ପ୍ରବେଶ ନ କରାଇବା ପାଇଁ କହିଥିଲେ ।
ଅନ୍ୟ ପକ୍ଷରେ ଠଗ୍ସ ରିଲିଜ ପରେ ସୋସିଆଲ ମିଡିଆରେ ଟ୍ରୋଲିଂର ଶୀକାର ହୋଇଛି ।ଫିଲ୍ମ ପ୍ରାୟ ୨୪୦ କୋଟି ବଜେଟରେ ନିର୍ମାଣ ହୋଇଛି । ଏହା ୟଶରାଜ ବ୍ୟାନରର ଏବଂ ବଲିଉଡର ସବୁଠାରୁ ଅଧିକ ବଜେଟର ଫିଲ୍ମ ବୋଲି କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More