Only for Entertainment

ଭାଇରାଲ ହେଲା ଭୂତଙ୍କ ପ୍ରେମ କରୁଥିବା ଫଟୋ ।

punjab kesari
33

ଭୂତର ଅସ୍ଥିତ୍ୱକୁ ଯଦିଓ ବିଜ୍ଞାନ ବିଶ୍ୱାସ କରେ ନାହିଁ ତଥାପି ଆଜି ମଧ୍ୟ ଲୋକ ଏହାକୁ ବିଶ୍ୱାସ କରନ୍ତି । ବାସ୍ତବରେ ସୋସିଆଲ ମିଡିଆରେ ଭୂତଙ୍କର ପ୍ରେମ କରୁଥିବାର ଏକ ଫଟୋ ଭାଇରାଲ ହେଉଛି । କୁହାଯାଉଛିଯେ ଆମେରିକାର ଲିଙ୍କନଶାୟର କସ୍ୱେରେ ୬୦ ବର୍ଷର ରନ ବବର୍ସ ନାମକ ଜଣେ ଇଂଜିନିୟର ବଙ୍ଗଳାର ସର୍ବେକ୍ଷଣ କରିବାକୁ ଯାଇଥିଲେ । ସେହି ସମୟରେ ସେ ବଙ୍ଗଳାରେ ଏଭଳି କିଛି ଦେଖିଲେଯେ ସେ କେବେ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ ।

ଗବେଷଣାରେ କୁହାଯାଇଛି ୮୨ ପ୍ରତିଶତ ଲୋକ ଭୂତ ବିଷୟରେ ଶୁଣିଛନ୍ତି ଏବଂ ୫୬ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି । ୧୬ ପ୍ରତିଶତ ଲୋକଙ୍କ କହିବା ଅନୁସାରେ ସେମାନେ ଭୂତକୁ ଦେଖିଛନ୍ତି ଏବଂ ୪୦ ପ୍ରତିଶତଙ୍କ ମାନିବା ଅନୁସାରେ ମନୁଷ୍ୟ ଉପରେ ଭୂତର ପ୍ରଭାବ ପଡ଼େ । ସେହି ଇଂଜିନିୟରଙ୍କ କହିବା ଅନୁସାରେ ଅର୍ଦ୍ଧ ରାତ୍ରରେ ସେ ଛାଇ ଦେଖିଲେ କିନ୍ତୁ ସେ ଏହା କ’ଣ ବୁଝିବା ପୂର୍ବରୁ ତାହା ଗାୟବ ହୋଇଗଲା ।ଏହାପରେ କିଛି ଅଜବ ପ୍ରକାରର ଶବ୍ଦ ଶୁଣାଗଲା । ରନଙ୍କ କହିବା ଅନୁସାରେ ସେ କିଛି ଜାଣିପାରିଲେ ନାହିଁ,କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କ ନଜର ପଡ଼ିଲା ଏକ ପାଶ୍ୱର୍କୁ ଏବଂ ସେ ଦେଖିଲେ ଦୁଇ ଜଣଙ୍କର ଛାଇ ।ଏଭଳି ଅନୁଭବ ହେଉଥିଲା ଯେପରି ଉଭୟ ପରସ୍ପରକୁ ପ୍ରେମ କରୁଛନ୍ତି ।ଏହା ଦେଖିବା ପରେ ସେ ଡରି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More