Only for Entertainment

ସିନେମାଘରେ ରିଲିଜ ହେବା ବଦଳରେ ଥାନାରେ ‘ପରମାଣୁ’, ଜନ ଆବ୍ରାହମଙ୍କ ବିରୋଧରେ ଦାୟର ହେଲା ଏଫଆଇଆର

Google Sites
0 47

ଫିଲ୍ମ ‘ପରମାଣୁ: ଦ ଷ୍ଟୋରୀ ଅଫ ପୋଖତଣ’ ବିବାଦରେ ଫସିବାକୁ ଲାଗିଛି । ଫିଲ୍ମର ଦୁଇ ପ୍ରଡ୍ୟୁସର ଜନ ଆବ୍ରାହମ ଏବଂ ପ୍ରେରମା ଅରୋଡାଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି । ଫଳରେ ଏହି ମାସଲା ପୋଲିସ ଷ୍ଟେସନରେ ପହଁଚିଛି । ଖବର ଅନୁସାରେ ପ୍ରେରଣା ଜନଙ୍କ ବିରୋଧରେ କେସ୍ କରିଛନ୍ତି । ଫିଲ୍ମ ପ୍ରଡ୍ୟୁସର ପ୍ରେରଣା ଅରୋଡା ଜନଙ୍କ ଉପରେ ଧୋକା, ପଇସା ହେରାଫରି, କପିରାଇଟ ଉଲ୍ଲଙ୍ଘନ ପରି ଅନେକ ଆରୋପ ଲଗାଇ ଏଫଆଇଆର ଦାୟର କରିଛନ୍ତି ।

john-abraham-prerna-arora

ପ୍ରେରଣାଙ୍କ କହିବା ଅନୁସାରେ ଜନ ଏବଂ ପ୍ରେରଣାଙ୍କ ମଧ୍ୟରେ ଫିଲ୍ମ ପ୍ରଫିଟର ୫୦ ପ୍ରତିଶତ ଅଂଶ ନେବା ପାଇଁ ଚୁକ୍ତି ହୋଇଥିଲା କିନ୍ତୁ ପରେ ଏହାକୁ କ୍ୟାନସଲ କରିଦିଆଯାଇଛି । ଖବର ଅନୁସାରେ ଜନଙ୍କ ପ୍ରଡକ୍ସନ କମ୍ପାନୀ ଜେଏ ପ୍ରଡକ୍ସନ କ୍ରିଅର୍ଜ ଏଣ୍ଟରଟେନମେଣ୍ଟ ସହିତ ଫିଲ୍ମ ସହ ଜଡିତ ସମସ୍ତ ଏଗ୍ରିମେଣ୍ଟକୁ କ୍ୟାନସଲ କରିଦେଇଛନ୍ତି ।

ଏଗ୍ରିମେଣ୍ଟ ହିସାବରେ ପ୍ରେରଣା ୩୫ କୋଟି ରୁ ୩୦ କେଟି ଟଙ୍କା ସୁଝି ଥିଲେ । ସେଥିମଧ୍ୟରୁ ଜନଙ୍କ ୧୦ କୋଟି ଏବଂ ବାକି ପ୍ରଡକ୍ସନ କଷ୍ଟ୍ ସାମିଲଥିଲା । ଏହି ଏଗ୍ରିମେଣ୍ଟ ଅନୁସାରେ ଜନଙ୍କୁ ଡେଡଲାଇନ ମଧ୍ୟରେ ଏହାକୁ ପ୍ରଡକ୍ସନ କରିବାରଥିଲା । ଏହାପରେ ଦୁଇ ପାର୍ଟି ଏହାକୁ ପ୍ରମୋଟ କରି ରିଲିଜ କରିଥାନ୍ତେ ।

parmanu

ସୂଚନା ଅନୁସାରେ ପ୍ରଥମେ ଫିଲ୍ମର ରିଲିଜ ଡେଟ ୮ ଡିସେମ୍ବର ୨୦୧୭ ରଖାଯାଇଥିଲା କିନ୍ତୁ ୧ ଡିସେମ୍ବରକୁ ‘ପଦ୍ମାବତ’ ରିଲିଜ ହେବାରୁ ଏହାର ରିଲିଜ ଡେଟକୁ ଆଗକୁ ବଢାଇ ଦିଆଯାଇଥିଲା । ଏହାପରେ ଅନୁଷ୍କାଙ୍କ ‘ପରୀ’ ରିଲିଜ ଏହାକୁ ଏହାର ରିଲିଜ ଡେଟକୁ ୨ ମାର୍ଚ୍ଚରୁ ଆଗକୁ ବଢାଯାଇଥିଲା । ବର୍ତ୍ତମାନ ଏହି ବିବାଦ ପରେ ଫିଲ୍ମକୁ ୪ ମେ’ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More