Only for Entertainment

ଫିଲ୍ମ ‘ବଣ୍ଡ ୨୫’ରୁ ସାମ୍ନାକୁ ଆସିଲା ଡେନିଏଲ କ୍ରେଗଙ୍କ ଫାର୍ଷ୍ଟ ଲୁକ ।

21

ଡାନିଏଲ କ୍ରେଗ ଅନେକ ଥର କହିସାରିଲେଣି ସେ ଜେମ୍ସ ବଣ୍ଡ ଭୂମିକା ଛାଡିବାକୁ ଚାହୁଁଛନ୍ତି । ୨୦୧୫ରେ ‘ସ୍ପେକ୍ଟର ୦୦୭’ର ସୁଟିଂ ପରେ ସେ କହିଥିଲେ ଏବେ ସେ ଆଉ ବଣ୍ଡ ଫିଲ୍ମ କରିବେ ନାହିଁ । ମାତ୍ର ପରେ ନିଜର ମନ୍ତବ୍ୟ ବଦଳାଇ ଦେଇଛନ୍ତି ଏବଂ ଫ୍ରାଂଚାଇଜର ଆଗାମୀ ଫିଲ୍ମ ବଣ୍ଡ ୨୫ରେ କାମ କରିଛନ୍ତି । ଏବେ ଫ୍ୟାନ୍ସଙ୍କ ପାଇଁ ଏହି ଫିଲ୍ମରେ ତାଙ୍କର ଫାର୍ଷ୍ଟ ଲୁକ ସାମ୍ନାକୁ ଆସିଛି ।

ଜେମ୍ସ ବଣ୍ଡଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଫାର୍ଷ୍ଟ ଲୁକ ଶେୟାର କରାଯାଇଛି । ଏହାସହ ମେକର୍ସ ଲେଖିଛନ୍ତି , ୦୦୭ଷ୍ଟାର ଡାନିଅଲ କ୍ରେଗ, ନିର୍ଦ୍ଦେଶକ କ୍ୟାରୀ ଫୁକୁନାଗା ଏବଂ ବଣ୍ଡ୨୫କୃ ଆଜି ଲଣ୍ଡନର ଅନେକ ଲୋକେସନରେ ସୁଟିଂ ପାଇଁ ବାହାରେ ଥିଲେ । ଯେଉଁଠି ଡାନିଅଲ କ୍ଲାସିକ ଅବଗ୍ଦଗ୍ଧକ୍ଟଦ୍ଭଜ୍ଞବକ୍ସଗ୍ଧସଦ୍ଭ ଠ୮ ଙ୍କ ସହ ଏକ ସିନ ସୁଟ କଲେ । ସେ ପ୍ରଥମ ଥର ବଣ୍ଡ ଫିଲ୍ମ ‘ଦ ଲିଭିଂ ଡେ ଲାଇଟ’ରେ ନଜର ଆସିଥିଲେ ।

ଶେଷରେ ବଣ୍ଡ୨୫ ପାଇଁ ସମସ୍ତ ଜିନିଷ ଠିକ ରହିଛି । ବିଗତ ଦିନରେ ପ୍ରଡକ୍ସନକୁ ଅନେକ ଦୁର୍ଘଟଣାର ସାମ୍ନା କରିବାକୁ ପଡିଥିଲା । ଫିଲ୍ମରେ ଡେନୀ ବାୟଲ ନିର୍ଦ୍ଦେଶନା ଭାର ତୁଲାଇଥିଲେ ଏବଂ ପରେ ସେ ଫିଲ୍ମ ଛାଡି ଦେଇଥିଲେ । ପରେ କ୍ରେଗ ଆହତ ହୋଇଥିଲେ ଏହିକାରଣରୁ ସୁଟିଂ କିଛି ଦିନ ପର୍ଯ୍ୟନ୍ତ ଅଟକି ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More