Only for Entertainment

ଲଲି ନାମରୁ ପରିଚିତ ହୋଇଥିବା ଭାରତୀ ନିଅନ୍ତି ଲକ୍ଷାଧିକ ଟଙ୍କା ।

40

କମେଡ଼ିଆନ ଭାରତୀ ସିଂ ଆଜି ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଭାରତୀ ତାଙ୍କ କମେଡ଼ିର ନିଆରା ଶୈଳୀ ମାଧ୍ୟମରେ ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି । ତାଙ୍କର ଲଲି ଚରିତ୍ର ଆଜି ମଧ୍ୟ ଦର୍ଶକଙ୍କୁ ମନେ ଅଛି । ସେ ତାଙ୍କ କ୍ୟାରିଅରରେ ଖୁବ ସଫଳତା ହାସଲ କରିଛନ୍ତି । କିନ୍ତୁ ଏହା ଏତେ ସହଜ ନଥିଲା ।

କେତେକ ସମସ୍ୟାରେ ଗତି କରି ସେ ଆଜି ଜଣେ ପ୍ରସିଦ୍ଧ ହାସ୍ୟ କଳାକାର ହୋଇ ପାରିଛନ୍ତି । ତେବେ ଆର୍ଥିକ ସମସ୍ୟା ତାଙ୍କ ସଫଳତାରେ କୌଣସି ବାଧା ସୃଷ୍ଟି କରିପାରି ନାହିଁ । ଆଜି ଭାରତୀ ପ୍ରତି ଘରେ ଘରେ ପରିଚିତ । ଏବେ ଭାରତୀ ଗୋଟିଏ ଲାଇଭ ଇଭେଂଟ କରିବା ପାଇଁ ୧୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏହା ସହିତ ଗୋଟିଏ ଶୋ ପାଇଁ ୨୫ରୁ ୩୦ ଲକ୍ଷ ନିଅନ୍ତି ।

ଭାରତୀଙ୍କୁ ଭିନ୍ନ ଭିନ୍ନ କାର ଚଳାଇବା ବେଶ ପସନ୍ଦ । ତେବେ ଭାରତୀ ୨୦୧୭ ଡିସେମ୍ବର ୩ରେ ହର୍ଷ ଲିମ୍ବାଚିୟାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More