Only for Entertainment

ପ୍ରଥମଥର ହେବାକୁ ଯାଉଛି ଏଭଳି ବିବାହ, ବହୂ ହେବେ ୧୫ଜଣ ଟ୍ରାନ୍ସଜେଣ୍ଡର, ହିନ୍ଦୁ ରୀତିରେ ହେବ ୭ଫେରା, ସିଏମ କରିବେ କନ୍ୟାଦାନ!

26

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଏକ ସାମୁହିକ ବିବାହ ରାୟପୁରରେ ଆୟୋଜିତ ହେବାକୁ ଯାଉଛି । ଏହି ବିବାହରେ ୧୫ ଜଣ ଟ୍ରାନ୍ସଜେଣ୍ଡର ନିଜ ପୁରୁଷ ସାଥିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ଆୟୋଜନର ଖାସ୍ କଥା ହେଉଛି ଏହି ଟ୍ରାନ୍ସଜେଣ୍ଡରଙ୍କ କନ୍ୟାଦାନ ଖୋଦ୍ ମୁଖ୍ୟମନ୍ତ୍ରୀ ଭୁପେସ୍ ବଘେଲ୍ କରିବେ । ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ସମାରୋହରେ ଉପସ୍ଥିତ ରହିବେ ।

ତୃତୀୟ ଲିଙ୍ଗୀ ୱେଲଫେୟାର୍ ବୋର୍ଡର ବିଦ୍ୟା ରାଜପୁତଙ୍କ କହିବାନୁସାରେ ଏହି ସାମୁହିକ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ହେବ। ପରମ୍ପରାଗତ ହିନ୍ଦୁ ରୀତିନୀତିରେ ହଳଦୀ ମେହେନ୍ଦିରୁ ଆରମ୍ଭ କରି ରିସେପସନ୍ ପର୍ଯ୍ୟନ୍ତ ହେବ । ୨୯ ମାର୍ଚ୍ଚରେ ହଳଦୀ ଏବଂ ମେହେନ୍ଦୀ ହେବା ସହ ୩୦ ମାର୍ଚ୍ଚରେ ବିବାହ ଏବଂ ରିସେପସନ୍ ଅନୁଷ୍ଠିତ ହେବ ।

ଏହି ସାମୁହିକ ବିବାହ ପାଇଁ ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କଲିକତା ଭଳି ରାଜ୍ୟରୁ ଟ୍ରାନ୍ସଜେଣ୍ଡରମାନେ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେସ୍ ବଘେଲ୍ ନବବିବାହିତ କିନ୍ନରଙ୍କ କନ୍ୟାଦାନ କରିବେ । ଏହି ବିବାହକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନିତ କରିବା ପାଇଁ ପ୍ରୟାସ ଜାରି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More