Only for Entertainment

ରକ୍ତ ପରିଷ୍କାର କରି ଶରୀରକୁ ରୋଗମୁକ୍ତ ରଖିବାକୁ ଚାହୁଁଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

sozcu
460

ରକ୍ତ ଅପରିଷ୍କାର ହେଲେ ବ୍ରଣ ହେବା, ଓଜନ କମ ହେବା ଏବଂ ଖୁବ୍‌ ଶୀଘ୍ର ଥକାପଣ ଆସିବା ଭଳି ସମସ୍ୟା ଦେଖାଯାଇଥାଏ । ଏ ସମସ୍ୟାର ସମାଧାନ ପାଇଁ ରକ୍ତ ପରିଷ୍କାର ରହିବା ଅତ୍ୟନ୍ତ ଜରୁରୀ । କିଡ୍‍ନି ଏବଂ ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଆପଣମାନେ ନିଜ ରକ୍ତକୁ ପରିଷ୍କାର ରଖି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ….

  • କିଡ଼୍‍ନିକୁ ଠିକ୍‌ ରଖିବା ପାଇଁ ହେଲେ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ । କାରଣ ପାଣିର ସହାୟତାରେ କିନ୍‌ନିରେ ଥିବା ବିଷାକ୍ତ ଜିନିଷ ବାହାରକୁ ବାହାରି ଯାଇଥାଏ । ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ ।
  • ଜାମୁକୋଳି ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିବା ସହ ରକ୍ତ ଅପରିଷ୍କାର ହୋଇ ନ ଥାଏ ।
  • କଫି ପିଇବା ଦ୍ୱାରା ଯକୃତରୁ ସବୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହାଦ୍ୱାରା ରକ୍ତ ଅପରିଷ୍କାର ହେବା, ବ୍ରଣ ବା ଥକାପଣ ହେବା ଭଳି ସମସ୍ୟା ଦେଖାଯାଇ ନଥାଏ ।
  • ସେଓରେ ପେକ୍ଟିନ୍‌ ନାମକ ଫାଇବର ରହିଥାଏ । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ରକ୍ତକୁ ସ୍ୱଚ୍ଛ ରଖିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More