Only for Entertainment

ବିବାହ କରିବେ ପ୍ରିନ୍ସ – ୟୁଭିକା ,ଖୁବଶୀଘ୍ର ବାଜିବ ୱେଡିଂ ବେଲ୍ !

0 39

ପ୍ରିନ୍ସ ନରୁଲାଙ୍କ ଫ୍ୟାନମାନଙ୍କ ପାଇଁ ରହିଛି ଖୁସିଖବର । ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଯାଉଛନ୍ତି ଟିଭି ଓ ସିରିଏଲ ଦୁନିଆର ହ୍ୟାଣ୍ଡସମ୍ ଅଭିନେତା ପ୍ରିନ୍ସ ନରୁଲା ଓ ତାଙ୍କ ଗର୍ଲଫ୍ରେଣ୍ଡ ୟୁଭିକା ଚୌଧୁରୀ । ବିଗବସ ସିଜିନ-୯ରେ ଆରମ୍ଭ ହୋଇଥିବା ଏମାନଙ୍କ ପ୍ରେମ କାହାଣୀ ଏବେ ବିବାହର ରୂପ ନେବାକୁ ଯାଉଛି । ଖୁବଶୀଘ୍ର ଏହି ଯୋଡି କରିବାକୁ ଯାଉଛନ୍ତି ମାରେଜ୍ ।

ବିବାହ କରିବାକୁ ଯାଉଛନ୍ତି ବିଗ୍ ସ୍କ୍ରିନ୍ ଓ ସ୍ନଲ୍ ସ୍କ୍ରିନର ପପୁଲାର୍ ଯୋଡି ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ । କିଛି ବର୍ଷର ପ୍ରେମ ପରେ ଏନଗେଜମେଂଟ୍ ଆଉ ଏବେ ବିବାହର ରୂପ ନେବାକୁ ଯାଉଛି । କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଏହି ଯୋଡି ମାରେଜ୍ କରିବେ ନାହିଁ ଓ ଏମାନଙ୍କ ଏନଗେଜମେଂଟ୍ ଭାଙ୍ଗି ଯାଇଛି । ହେଲେ ପ୍ରିନ୍ସ ଓ ୟୁଭିକା ନିଜେ ଏହି ସନ୍ଦେହରୁ ପର୍ଦ୍ଦା ଉଠାଇଛନ୍ତି । ଆଉ ମିଡିଆ ଆଗରେ ନିଜ ମ୍ୟାରେଜର ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୧୨ ତାରିଖରେ ବିବାହ କରିବେ ପ୍ରିନ୍ସ ଓ ୟୁଭିକା । ଆଉ ଏଥିପାଇଁ ଦୁହିଁଙ୍କ ପରିବାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏବେ ଏହି ଦୁଇ ଜଣଙ୍କ ପରିବାର ମ୍ୟାରେଜ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

ୟୁବିକା ଓ ପ୍ରିନ୍ସଙ୍କ ପ୍ରେମର ଆରମ୍ଭ ହୋଇଥିଲା ରିୟାଲିଟି ଶୋ ବିଗ୍ ବସ୍ ସିଜିନ୍ – ନାଇନ୍ ସମୟରେ । ଏହି ସିଜିନରେ ଉଭୟ ପ୍ରିନ୍ସ ଓ ୟୁବିକା ପ୍ରତିଯୋଗୀ ଭାବେ ଶୋ ରେ ଭାଗ ନେଇଥିଲେ । ଶୋ’ରେ ଗେମ୍ ଖେଳୁ ଖେଳୁ କେତେବେଳେ ୟୁବିକାଙ୍କ ପ୍ରେମରେ ପଡିଯାଇଥିଲେ ପ୍ରିନ୍ସ, ସେକଥା ତାଙ୍କୁ ବି ମାଲୁମ୍ ନଥିଲା । ଆଉ ସେତେବେଳେ ହିଁ ନିଜ ମନ କଥା ୟୁବିକାଙ୍କ ଆଗରେ ରଖିଥିଲେ । ପରେ ବିଗ୍ ବସ୍ର ବିଜେତା ହୋଇ ବାହାରକୁ ଆସିଲା ପରେ ୟୁବିକାଙ୍କ ସହ ପ୍ରିନ୍ସଙ୍କ ସମ୍ପର୍କ ଘନିଷ୍ଠ ହେଲା । ଦୁହେଁ ପ୍ରାୟ ସବୁଠି ଏକାଠି ନଜର ବି ଆସିଲେ । ନିଜ ଆକ୍ଟିଂ ପ୍ରଫେସନାଲ୍କୁ ଦୁହେଁ ଯେତିକି ପ୍ରାଧାନ୍ୟ ଦେଉଥିଲେ, ସେତିକି ସିରିଏସ୍ ଥିଲେ ନିଜ ଲଭ୍ ରିଲେସନକୁ ନେଇ । ଆଉ ଦିନେ ହଠାତ୍ ଦୁହେଁ ଏନଗେଜଡ ହୋଇଥିବା ଫଟୋ ଦୁହିଁଙ୍କ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଲା । ଯାହା ଏବେ ବିବାହର ରୁପ ନେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More